www.samajalive.in
Monday, December 8, 2025
14.1 C
Bhubaneswar

ମୁକ୍ତିଲାଭ କଲା ‘ଲୁକାଛୁପି’ର ପ୍ରଥମ ଗୀତ : ୯୦ଦଶକ ଗୀତରେ ଆଧୁନିକତାର ଛୁଙ୍କ

ମୁମ୍ବଇ : କାର୍ତ୍ତିକ ଆର୍ଯ୍ୟନ୍‍ ଓ କୃତି ସାନୋନ୍‍ ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲୁକାଛୁପି’ ର ପ୍ରଥମ ଗୀତ ମଙ୍ଗଳବାର ମୁକ୍ତିଲାଭ ହୋଇଛି। ଗୀତଟି ହେଉଛି, ‘ୟେ ଖବର ଛପୱା ଦୋ ଅଖବାର ମେଁ, ପୋଷ୍ଟର ଲଗୱା ଦୋ ବାଜାର ମେଁ’। ଏହା ଅକ୍ଷୟ କୁମାର ଓ ଉର୍ମିଳା ମାତୋଣ୍ଡକରଙ୍କ ଅଭିନୀତ ‘ଅଫଲାତୁନ୍‍’ ଚଳଚ୍ଚିତ୍ରର ଏକ ଗୀତର ରିମେକ୍‍। ଗୀତରେ କାର୍ତ୍ତିକ ଓ କୃତିଙ୍କ ଆକର୍ଷଣୀୟ ନୃତ୍ୟ ଦେଖିବାକୁ ମିଳିଛି। ଏହି ଗୀତରେ କଣ୍ଠଦାନ କରିଛନ୍ତି ମିକା ସିଂ ଓ ସୁନନ୍ଦା ଶର୍ମା। ହ୍ୱାଇଟ୍‍ ନଏଜ୍‍ ଷ୍ଟୁଡିଓ ସଙ୍ଗୀତ ନିର୍ମାଣ କରିଛନ୍ତି। ୯୦ ଦଶକର ହିଟ୍‍ ଗୀତରେ କାର୍ତ୍ତିକ-କୃତିଙ୍କ ଆଧୁନିକ ଠାଣି ଦେଖିବାକୁ ମିଳିଛି।
ଉଲ୍ଲେଖଯୋଗ୍ୟ, ‘ଲୁକାଛୁପି’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ଲକ୍ଷ୍ମଣ ଉତେକର ବହନ କରିଥିବା ବେଳେ ପ୍ରଯୋଜନା ଭାର ଦିନେସ ଭିଜାନ ବହନ କରିଛନ୍ତି। ମାର୍ଚ୍ଚ ୧ ତାରିଖରେ ଏହି ଚଳଚ୍ଚିତ୍ର ମୁକ୍ତିଲାଭ କରିବ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories