www.samajalive.in
Monday, December 15, 2025
24.1 C
Bhubaneswar

ସିଡନୀ ଟେଷ୍ଟରେ ଅଷ୍ଟ୍ରେଲିଆ ୧୮୧ରେ ଅଲଆଉଟ୍‌, ଭାରତର ବ୍ୟାଟିଂ ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଚାଲିଥିବା ଅନ୍ତିମ ଟେଷ୍ଟ ମ୍ୟାଚ ରୋମାଞ୍ଚକର ସ୍ଥିତି ଆଡକୁ ଅଗ୍ରସର ହେଉଛି। ବୋଲରଙ୍କୁ ସୁହାଉଥିବା ଏହି ପଡ଼ିଆରେ ଘରୋଇ ଅଷ୍ଟ୍ରେଲିଆ ଦଳ ବି ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଛି। ୨ୟ ଦିନରେ ଅଷ୍ଟ୍ରେଲିଆ ଏହାର ପ୍ରଥମ ପାଳିରେ ୧୮୧ ରନ କରି ଅଲଆଉଟ ହୋଇଯାଇଛି। ଫଳରେ ଭାରତ ଏହାର ୨ୟ ପାଳି ବ୍ୟାଟିଂ ଆରମ୍ଭ କରି ବିନା କୌଣସି ଉଇକେଟ ହରାଇ ୩୪ ରନ ସଂଗ୍ରହ କରିଛି।

ଅନ୍ତିମ ଟେଷ୍ଟରେ ଭାରତ ପ୍ରଥମେ ବ୍ୟାଟିଂ କରି ୧୮୫ ରନରେ ଅଲଆଉଟ ହୋଇଯାଇଥିଲା। କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରି ନ ଥିଲେ। ରୁଷଭ ପନ୍ତ ସର୍ବାଧିକ ୪୦ ରନ କରିଥିବାବେଳେ ଅଷ୍ଟ୍ରେଲିଆ ପକ୍ଷରୁ ସ୍କଟ ବଲାଣ୍ଡ ସର୍ବାଧିକ ୪ ଉଇକେଟ ନେଇଥିବାବେଳେ ମିଚେଲ ଷ୍ଟାର୍କ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଜବାବରେ ଅଷ୍ଟ୍ରେଲିଆ ୧୮୧ ରନ କରିବାରେ ସମର୍ଥ ହୋଇଥିଲେ। ବ୍ୟୁ ୱେବଷ୍ଟର ସର୍ବାଧିକ ୫୭ ରନ କରିଥିଲେ। ଭାରତୀୟ ବୋଲର ମହମ୍ମଦ ସିରାଜ ଏବଂ ପ୍ରସିଦ୍ଧ କ୍ରିଷ୍ଣା ୩ଟି ଲେଖାଏ ଉଇକେଟ ନେଇଥିଲେ। ପ୍ରଥମ ଇନିଂସରେ ଭାରତ ୪ ରନରେ ଆଗୁଆ ରହିଛି। ୨ୟ ପାଳିରେ ଭାରତ ବ୍ୟାଟିଂ କରି ବିନା କୌଣସି ଉଇକେଟରେ ୩୪ ରନ ସଂଗ୍ରହ କରିଛି। ୫ ମ୍ୟାଚ ବିଶିଷ୍ଟ ସିରିଜରେ ଅଷ୍ଟ୍ରେଲିଆ ୨-୧ରେ ଆଗୁଆ ରହିଛି। ସିରିଜ ଡ୍ର ରଖିବାକୁ ହେଲେ ଭାରତକୁ ଶେଷ ମ୍ୟାଚ ଜିତିବାକୁ ହେବ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories