www.samajalive.in
Monday, December 15, 2025
24.1 C
Bhubaneswar

ସଡକ ସୁରକ୍ଷା ସଚେତନତା ସପ୍ତାହ ଆରମ୍ଭ

ସମ୍ବଲପୁର: ସମ୍ବଲପୁରରେ ପରିବହନ ବିଭାଗ ପକ୍ଷରୁ ଜିଲା ପ୍ରଶାସନ ସହାୟତାରେ ସଡକ ସୁରକ୍ଷା ସଚେତନତା ସପ୍ତାହ ପାଳନ କରାଯାଉଛି। ଏହି କ୍ରମରେ ଗୁରୁବାର ପୂର୍ବାହ୍ନରେ ସ୍ଥାନୀୟ ଅଇଁଠାପାଲି ଛକ ଠାରେ ସଡକ ସୁରକ୍ଷା ସପ୍ତାହ ଉଦଘାଟନୀ ଉତ୍ସବରେ ଜିଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦାର ମୁଖ୍ୟ ଅତିଥି ଓ ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ରାମଦାସ ଟୁଡୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବ ଅବସରରେ ସମସ୍ତଙ୍କୁ ସଚେତନ କରାଯିବା ସହିତ ଏକ ସଚେତନତା ରଥକୁ ଶୁଭାରମ୍ଭ ସବୁଜ ପତାକା ଦେଖାଇ ଅତିଥି ମାନେ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବୋନ୍ଦର ସମସ୍ତଙ୍କୁ ସଚେତନତା ବାର୍ତ୍ତା ଦେବା ସହିତ ସମ୍ବଲପୁର ଜିଲାର ପ୍ରତି ମାସ ଗୋଟିଏ ବ୍ଲକରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ। ଏହି ଅବସରରେ ଯମରାଜ ଓ ଚିତ୍ରଗୁପ୍ତ ବେଶରେ ସଜ୍ଜିତ କଳାକାର ମାନେ ଲୋକ ମାନଙ୍କୁ ସଡକ ସୁରକ୍ଷାର ନିୟମାବଳୀ ଓ ସଡକ ସୁରକ୍ଷା ଜୀବନ ରକ୍ଷା ଭଳି ବିଭିନ୍ନ ବାର୍ତ୍ତା ଦେଇ ସଚେତନ କରିଥିଲେ। ହେଲମେଟ ପରିଧାନ କରି ଯାଉଥିବା ୨ ଚକିଆ ଚାଳକ ମାନଙ୍କୁ ଚକଲେଟ ଦିଆଯାଇ ଉତ୍ସାହିତ କରାଯାଇଥିବା ବେଳେ ଅନ୍ୟ ମାନଙ୍କୁ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକର ଛାତ୍ରଛାତ୍ରୀ ମାନେ ଉପସ୍‌‌ଥିତ ରହି ସଚେତନତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

Hot this week

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

Related Articles

Popular Categories