www.samajalive.in
Wednesday, December 10, 2025
17.1 C
Bhubaneswar

ନୂଆବର୍ଷ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆବର୍ଷ : ବିଦାୟ ନେଇଛି ୨୦୨୪। ନୂଆ ଆଶା ଓ ନୂଆ ଉଦ୍ଦୀପନା ନେଇ ପାଦ ଥାପିଛି ବର୍ଷ ୨୦୨୫। ସବୁଠି ଚାଲିଛି ନୂଆବର୍ଷ ସେଲିବ୍ରେସନ୍। ଏହି ଅବସରରେ ଆଜି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ , ମୁଖ୍ୟମନ୍ତ୍ରୀ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଇଂରାଜୀ ନବବର୍ଷ ର ଶୁଭେଚ୍ଛା ଜଣାଇ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା। ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରିଯାଉ। ସେହିପରି ନୂଆବର୍ଷର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ କହିଛନ୍ତି ନୂଆବର୍ଷ ଦେଶବାସୀଙ୍କ ପାଇଁ ସଫଳତା ସହ ଅସରନ୍ତି ଖୁସି ଭରିଦେଉ।

ସେପଟେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆବର୍ଷ ଶୁଭେଚ୍ଛା ଜଣାଇ ଭିଡିଓ ବାର୍ତ୍ତା ଦେଇଛନ୍ତି।  କହିଛନ୍ତି ଓଡିଶାର ଅଗଣିତ ଭାଇଭଉଣୀ ମାନଙ୍କୁ ମୋର ନବବର୍ଷର ଶୁଭେଚ୍ଛା। ମହାପ୍ରଭୁଙ୍କ କୃପାରୁ ନବବର୍ଷ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନବବର୍ଷର ଶୁଭେଚ୍ଛା ଦେଇ କହିଛନ୍ତି ୨୦୨୫ର ହାର୍ଦ୍ଦିକ ଶୁଭେଚ୍ଛା। ମହାପ୍ରଭୁଙ୍କ ପାଖରେ ପ୍ରାର୍ଥନା ନୂଆବର୍ଷ ପ୍ରତ୍ୟେକ ଓଡିଆଙ୍କ ଜୀବନରେ ଖୁସି ଓ ଉଲ୍ଲାସ ଆଣିଦେଉ। ବିକଶିତ ଭାରତର ସ୍ଵପ୍ନକୁ ସାକାର କରିବା ପାଇଁ ଆମେ ସମସ୍ତ ୨୦୨୫ରେ ଅଧିକ ପରିଶ୍ରମ କରିବା। ଅନ୍ୟପଟେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଓଡିଶାବାସୀଙ୍କ ସୁଖ ଓ ସମୃଦ୍ଧି କାମନା କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories