www.samajalive.in
Saturday, December 13, 2025
21.1 C
Bhubaneswar

ଭାରତର ଷ୍ଟାର୍ଟ୍‌ଅପ ନିର୍ଦେଶକ ମହିଳା ୭୩ ହଜାର 

ନୂଆଦିଲ୍ଲୀ: ଷ୍ଟାର୍ଟଅପ ଇଣ୍ଡିଆ ସ୍ୱୀକୃତି ପ୍ରାପ୍ତ ଭାରତରେ ୭୩ ହଜାର ଷ୍ଟାର୍ଟଅପ୍‌(ଉଦ୍ୟୋଗ) ରହିଛି, ଯେଉଁଥିରେ ଅତି କମ୍‌ରେ ଜଣେ ମହିଳା ନିର୍ଦେଶକ ରହିଛନ୍ତି ବୋଲି ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ କହିଛି। ଗତ ଦଶନ୍ଧି ମଧ୍ୟରେ ଭାରତରେ ଉଦ୍ୟୋଗୀ ମନୋଭାବରେ ବ୍ୟାପକ ପରିବର୍ତ୍ତନ ଆସିଛି। ବେଙ୍ଗାଲୁରୁ, ହାଇଦରାବାଦ, ମୁମ୍ବଇ, ଏବଂ ଦିଲ୍ଲୀ-ଏନସିଆର ଭଳି ସହରଗୁଡ଼ିକ ନବସୃଜନ(ଇନୋଭେସନ)ର କେନ୍ଦ୍ର ପାଲଟିଛି। ସୁଲଭ ଇଣ୍ଟରନେଟର ବ୍ୟାପକ ଉପଲବ୍ଧତା, ଏକ ଯୁବ ତଥା ଦକ୍ଷ କର୍ମଜୀବୀ ଯୋଗୁ ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ ହୋଇଛି। ଫିଣ୍ଟେକ୍, ଏଡେଟେକ୍, ସ୍ୱାସ୍ଥ୍ୟ-ବୈଷୟିକ ଜ୍ଞାନକ କୌଶଳ ଏବଂ ଇ-ବାଣିଜ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ ବୃଦ୍ଧିରେ ସହାୟକ ହୋଇଛି ବୋଲି ମନ୍ତ୍ରଣାଳୟ କହିଛି। ଷ୍ଟାର୍ଟଅପ୍ ଇଣ୍ଡିଆର “ଇଣ୍ଡିଆନ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ରିପୋର୍ଟ” ଅନୁଯାୟୀ, ସ୍ଥାନୀୟ ତଥା ବିଶ୍ୱ ସ୍ତରୀୟ ସମସ୍ୟାର ସମାଧାନ ପାଇଁ ଭାରତର ଷ୍ଟାର୍ଟଅପ୍ କୃତ୍ରିମ ବୁଦ୍ଧିମତା (ଏଆଇ), ବ୍ଲକ୍ ଚେନ୍ ଏବଂ ଆଇଓଟି ଭଳି ଉଦୀୟମାନ ପ୍ରଯୁକ୍ତିବିଦ୍ୟାକୁ ବ୍ୟବହାର କରି କାମ କରିଛି।

ବେଙ୍ଗାଲୁରୁ, ହାଇଦରାବାଦ, ମୁମ୍ବଇ ଏବଂ ଦିଲ୍ଲୀ-ଏନସିଆରରେ ଇନୋଭେସନ୍ ହବ ପରିଣତ ହୋଇଛି। ଉପଲବ୍ଧ ସୁଲଭ ଇଣ୍ଟରନେଟ୍ ଏବଂ ଯୁବ କର୍ମବଳ ଯୋଗୁଁ ଫିଣ୍ଟେକ୍, ଏଡେଟେକ୍, ସ୍ୱାସ୍ଥ୍ୟ-ବୈଷୟିକ ଜ୍ଞାନକୌଶଳ ଏବଂ ଇ-ବାଣିଜ୍ୟ ସହିତ ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି। ଷ୍ଟାର୍ଟଅପ୍ ପ୍ରୋତ୍ସାହନ ପାଇଁ ଭାରତ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବିଶେଷ କରି ୨୦୧୬ରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମ ପ୍ରମୁଖ। ୨୫ ଡିସେମ୍ବର ୨୦୨୪ ସୁଦ୍ଧା, ଡିପିଆଇଆଇଟି ୧୫୭,୦୬୬ ଷ୍ଟାର୍ଟଅପ୍ ମାନ୍ୟତା ଦେଇଛି, ଯେଉଁଥିରେ ୭୫୯,୩୦୩ ଉପଭୋକ୍ତା ପୋର୍ଟାଲରେ ପଞ୍ଜିକୃତ ହୋଇଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories