କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ଉପାନ୍ତ ତେଲକୋଇ ବ୍ଲକ ଚାରିଗଡ଼ ମହାବିଦ୍ୟାଳୟ ସଭାଗୃହରେ ସୋମବାର ରୌପ୍ୟ ଜୟନ୍ତୀ ପାଳନ ସମ୍ପର୍କିିତ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅଧ୍ୟକ୍ଷ ଡ.ପାଣ୍ଡବ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ବୈଠକରେ ଆସନ୍ତା ଜାନୁୟାରୀ ଶେଷ କିମ୍ବା ଫେବୃୟାରୀ ପ୍ରଥମ ସପ୍ତାହରେ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳନ ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପରିଚାଳନା ସମିତି ନିମନ୍ତେ ସର୍ବସମ୍ମତିକ୍ରମେ ପୂର୍ବତନ ଛାତ୍ର ଗଣେଶ୍ୱର କର, କୀର୍ତ୍ତନ ବିହାରୀ ପ୍ରଧାନ, ସନ୍ତୋଷ କୁମାର ମହାନ୍ତ, ଚିନ୍ମୟ କୁମାର ସାହୁ, ରାଜେନ୍ଦ୍ର କୁମାର ସାହୁ ଓ ରୌପ୍ୟ ଜୟନ୍ତୀ କମିଟି ନିମନ୍ତେ ସଭାପତି ଭାବେ ପୂର୍ବତନ ଛାତ୍ର ନଟବର ସାହୁ, ସମ୍ପାଦକ ଶିବପ୍ରସାଦ ବିଶ୍ୱାଳ, ସଦସ୍ୟ ବିରଞ୍ଚି କୁମାର ବେହେରା, ଚିନ୍ମୟ କୁମାର ସାହୁ, ଡମ୍ବରୁଧର ଖୁଣ୍ଟିଆ, ପ୍ରତାପ ଚନ୍ଦ୍ର ମହାନ୍ତ, ବାବୁଲାଲ ସାହୁ, ସନ୍ତୋଷ କୁମାର ମହାନ୍ତ, ସୁଧାଂଶୁ ପଟ୍ଟନାୟକ, ସ୍ନହଲତା ପ୍ରଧାନ, ଦିନେଶ କୁମାର ସାହୁ ମନୋନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ଅନୀଲ କୁମାର ସାହୁ, ନରେଶ ଚନ୍ଦ୍ର ମହାନ୍ତି, ରଞ୍ଜନ କୁମାର ଦଳବେହେରା, ଅଧ୍ୟାପିକା ପାର୍ବତୀ ସାହୁ, ମୋନାଲିସା ପ୍ରଧାନ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।
Popular Categories



