www.samajalive.in
Monday, December 8, 2025
14.1 C
Bhubaneswar

ଜିରୋ ନାଇଟ ସୁରକ୍ଷା କଡ଼ା, ଉତ୍ସବ ପାଇଁ ଅନୁମତି ଜରୁରୀ

ଭୁବନେଶ୍ବର: ଜିରୋ ନାଇଟ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କମିସନରେଟ ପୁଲିସ ଅଣ୍ଟା ଭିଡ଼ିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି I ସିସିଟିଭି ନଜରରେ ପୂରା ସହର ରହିଛି ସବୁ ଛକରେ ପୁଲିସ ଫୋର୍ସ ମୁତୟନ କରିବାକୁ ଯୋଜନା କରାଯାଇଛି। ଉତ୍ସବ ଆୟୋଜନ ପାଇଁ ଅନୁମତି ନେବା ଜରୁରୀ ବୋଲି ପୁଲିସ ଉପାୟୁକ୍ତ ପିନାକ ମିଶ୍ର କହିଛନ୍ତି I ନିଶା ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପାୟୁକ୍ତ କହିଛନ୍ତି।

ଉପାୟୁକ୍ତ କହିଛନ୍ତି ଯେ ନୂଆବର୍ଷ ଉତ୍ସବ ପାଳନ କରନ୍ତୁ, ହେଲେ ମଦ୍ୟପାନ କରି ଗାଡ଼ି ଚଳାନ୍ତୁନି। ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନକୁ ଆଦୌ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ସର୍ବସାଧାରଣ ବିଶୃଙ୍ଖଳିତ ଆଚରଣ କରିବେ, ସେମାଙ୍କ ବିରୋଧରେ କଠୋରକାର୍ଯ୍ୟାନୁଷ୍ଠାନ ଗ୍ରହଣ କରା କରାଯିବ।ଅଘଟଣ ନହେବା ଉପରେ ପୁଲିସ ଗୁରୁତ୍ବ ଦେବ ।
ଯେଉଁମାନେ ସର୍ବସାଧାରଣ ସ୍ଥାନରେ ଉତ୍ସବ କରିବେ ସମାନେ ଲାଇସେନ୍ସ ନେବାକୁ ବାଧ୍ଯା ଚୋରା ମଦ କାରବାର ଉପରେ ନଜର ରଖାଯାଇଛି ଅବକାରୀ ବିଭାଗ ସ‌ହିତ ମିଶି ଅତର୍କିତ ଚଢ଼ଉ କରାଯିବ ।

- Advertisement -

ବିଭିନ୍ନ ସ୍ଥାନରେ ବ୍ଲକିଂ କରାଯାଉଛି । ହୋଟେଲରେ ଯାଞ୍ଚ ଆରମ୍ଭ ହୋଇଛିI ସନ୍ଦିଗ୍ଧ ସ୍ଥାନରେ ଚଢ଼ଉ ଲାଗି ସବୁ ଥାନାକୁ ନିର୍ଦେଶ ଦିଆଯାଇଛି। ଅନେକ ସ୍ଥାନରେ ନୂଆ ବର୍ଷକୁ ଧୁମ୍‌ଧାମ୍‌ରେ ପାଳନ କରାଯିବା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଲୋକଙ୍କ ସୁରକ୍ଷା ଓ ନିରାପତ୍ତାକୁ ଗୁରୁତ୍ବ ଦିଆଯିବ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories