ବିକଳ୍ପ କଣ? ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ନା ବାଂଲାଦେଶ-ଭାରତ ମୁହାଁମୁହିଁ
ଡେସ୍କ: ବାଂଲାଦେଶ ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ କରିବାକୁ ଦାବି କରିଛି। ବାଂଲାଦେଶର ବୈଦେଶିକ ମନ୍ତ୍ରଣାଳୟର ଉପଦେଷ୍ଟା ମହମ୍ମଦ ତୌହିଦ ହୁସେନ ସୋମବାର କହିଛନ୍ତି ଯେ ଶେଖ୍ ହସିନାଙ୍କୁ ନ୍ୟାୟିକ ପ୍ରକ୍ରିୟାରେ ଯୋଗ ଦେବା ପାଇଁ ଫେରାଇ ଦିଆଯାଉ ବୋଲି ସେ ଭାରତକୁ ଜଣାଇଛନ୍ତି। ତେବେ ବାଂଲାଦେଶ ମୌଖିକ ଭାବେ ଭାରତକୁ ଏହା ଜଣାଇଥିବା ଜଣାପଡିଛି।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଚଳିତ ବର୍ଷ ଅଗଷ୍ଟ ୫ରୁ ଭାରତରେ ଅଛନ୍ତି। ବାଂଲାଦେଶର ଗୃହ ମନ୍ତ୍ରଣାଳୟର ଉପଦେଷ୍ଟା ଲେଫ୍ଟନାଣ୍ଟ ଜେନେରାଲ (ଅବସରପ୍ରାପ୍ତ) ମହମ୍ମଦ ଜାହାଙ୍ଗୀର ଆଲାମ ଚୌଧୁରୀ ସୋମବାର କହିଛନ୍ତି ଯେ ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ମୌଖିକ ସୂଚନା ଦିଆଯିବା ପରେ ଏକ ଚିଠି ପଠାଯାଇଛି।
ଅନ୍ୟପକ୍ଷରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ସୋମବାର କହିଛନ୍ତି, ବାଂଲାଦେଶ ହାଇକମିଶନଙ୍କ ଠାରୁ ଆମକୁ ପ୍ରତ୍ୟର୍ପଣ ଅନୁରୋଧ ମିଳିଛି। ଆମେ ଏହି ପ୍ରସଙ୍ଗରେ କୌଣସି ମନ୍ତବ୍ୟ ଦେବାକୁ ଚାହୁଁନାହୁଁ ବୋଲି ସେ କହିଛନ୍ତି।
ଶେଖ୍ ହସିନାଙ୍କ ପ୍ରତ୍ୟର୍ପଣ ପାଇଁ ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରଙ୍କ ଦାବିକୁ କଠୋର ଆଭିମୁଖ୍ୟ ଭାବେ ଦେଖାଯାଉଛି। ଶେଖ୍ ହସିନା କ୍ଷମତାରୁ ହଟିବା ପରେ ବାଂଲାଦେଶ ଓ ଭାରତ ମଧ୍ୟରେ ସମ୍ପର୍କ ଉପରେ ବିଶ୍ୱାସ ଏପର୍ଯ୍ୟନ୍ତ ଫେରିନାହିଁ।
ଭାରତର ବୈଦେଶିକ ସଚିବ ବିକ୍ରମ ମିଶ୍ରି ଗତ ମାସରେ ବାଂଲାଦେଶ ଗସ୍ତ କରିଥିଲେ। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟ ପୁଣି ଯୋଡି ହେବା ନେଇ ଯାହା ଆଶା କରାଯାଉଥିଲା ତାହା କିନ୍ତୁ ହେଉନାହିଁ।
ବାଂଲାଦେଶର ଏହି ଦାବି ଲଜ୍ଜାଜନକ। କାରଣ ଶେଖ ହସିନାଙ୍କୁ ଭାରତର ବନ୍ଧୁ ଭାବରେ ବିବେଚନା କରାଯାଏ ଏବଂ ରାଜନୈତିକ ପ୍ରତିଶୋଧ ଥିବା ବେଳେ ଭାରତ ତାଙ୍କୁ ବାଂଲାଦେଶ ପଠାଇବା ନାହିଁ କାରଣ ସେଠାରେ ଶେଖ ହସିନାଙ୍କ ଜୀବନ ପ୍ରତି ବିପଦ ରହିଛି।
ତେବେ କୂଟନୀତି ଦୃଷ୍ଟିରୁ ପରିସ୍ଥିତି ବିପରୀତ ଦିଗକୁ ଗତି କରୁଥିବା ଜଣାପଡିଛି। ଏବେ ବାଂଲାଦେଶର ନୂଆ ଶାସକମାନେ ପାକିସ୍ତାନ ସହ ବନ୍ଧୁତା ଚାହୁଁଛନ୍ତି। ବାଂଲାଦେଶର ବର୍ତମାନର ଶାସନ ବିରୋଧରେ ଶେଖ୍ ହସିନା ପ୍ରତୀକ ପାଲଟିଛନ୍ତି। ବାଂଲାଦେଶର ଅନ୍ତରୀଣ ସରକାରର ଲକ୍ଷ୍ୟ ହେଉଛି ଶେଖ ହସିନାଙ୍କୁ ନିଜ ଅକ୍ତିଆରକୁ ଆଣି ଜେଲରେ ରଖି ହତ୍ୟା କରିବା। ଶେଖ୍ ହସିନାଙ୍କୁ ବାଂଲାଦେଶ ପଠାଇବା ଜଣେ ନିରୀହ ବ୍ୟକ୍ତିଙ୍କୁ ସଶସ୍ତ୍ର ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବା ଭଳି ହେବ।
ଅନ୍ୟପକ୍ଷରେ ବାଂଲାଦେଶରେ ଏବେ ଏଭଳି ଏକ ସରକାର ଅଛି ଯିଏ ହିଂସାରୁ ଫାଇଦା ଉଠାଇ କ୍ଷମତାରେ ରହିଛି। ଏହି ସରକାରଙ୍କର କୌଣସି ସାମ୍ବିଧାନିକ ବୈଧତା ନାହିଁ। ଏଭଳି ସ୍ଥିତିରେ ଶେଖ୍ ହସିନାଙ୍କୁ ଭାରତରୁ ପ୍ରତ୍ୟର୍ପଣ ଦାବି କରିବାର ତାଙ୍କର କୌଣସି ଅଧିକାର ନାହିଁ।
Comments are closed.