www.samajalive.in
Monday, December 15, 2025
24.1 C
Bhubaneswar

ଭିଡମୁକ୍ତ ହେବ କଟକ, ରାସ୍ତାରେ ଲାଗିବନି ଗହଳି

କଟକ: ଭିଡମୁକ୍ତ ହେବ କଟକ। ରାସ୍ତାରେ ଲାଗିବନି ଗହଳି। ସେନେଇ ଆଜି କଟକ ନୁଆବଜାର ଗୋଶାଳାସ୍ଥିତ ୫୦୦ ମିଟର ଲମ୍ବର ରେଳ ଓଭର ବ୍ରିଜର ଲୋକାର୍ପଣ କରିଲେ ରାଜ୍ୟ ସରକାରଙ୍କ ଆଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଲୋକାର୍ପଣ ଉତ୍ସବରେ ଯୋଗଦେଇ ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚନ୍ଦନ କଟକକୁ ଭିଡରୁ ରକ୍ଷାପାଇଁ କାଠଯୋଡ଼ି ନଦୀ ଉପରେ ଆଉ ଦୁଇଟି ବ୍ରିଜର ପରିକଳ୍ପନା କରାଯାଇଛି। ଜୁଡ଼ିଶିଆଲ ଏକାଡେମୀ ଠାରୁ ତ୍ରିଶୁଲିଆ ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା କରାଯିବ ଏବଂ ଜୁଡ଼ିଶିଆଲ ଏକାଡେମୀ ଠାରୁ ଯୋବ୍ରା ପର୍ଯ୍ୟନ୍ତ ୬ ଥାକିଆ ରାସ୍ତା କରାଯିବ।

ଲିଙ୍କ ରୋଡ ଠାରୁ ବସ ଟର୍ମିନାଲ ପର୍ଯ୍ୟନ୍ତ ଦୋହରା ରାସ୍ତାର କାର୍ଯ୍ୟ ଖୁବ୍ ଶୀଘ୍ର ଶେଷ ହେବାକୁ କାର୍ଯ୍ୟ କରୁଥିବା କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ସେହି ଭଳି ଏସସିବି ଦ୍ଵିତୀୟ କ୍ୟାମ୍ପସ କାମ ୨୦୨୫ ନଭେମ୍ବର ସୁଦ୍ଧା ଶେଷ ହେବାପାଇଁ ତାରିଖ ଧାର୍ଯ୍ୟ କରାଯାଇଛି । ଯଦି ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ କମ୍ପାନୀ କାର୍ଯ୍ୟ ଶେଷ ନକରେ ତେବେ ତାକୁ ଦଣ୍ଡିତ ହେବାକୁ ପଡ଼ିବ। କଟକକୁ ସୁନ୍ଦର୍ ରୂପ ଦେବା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଏହି ଲୋକାର୍ପଣ ଉତ୍ସବରେ ସାଂସଦ ଭର୍ତୃହରି ମହତାବ, ବିଧାୟକ ସୌଭିକ୍ ବିଶ୍ଵାଳ, ସୋଫିଆ ଫିର୍ଦୋସ, ପ୍ରକାଶ ଚନ୍ଦ୍ର ସେଠୀ, ସାରଦା ପ୍ରଧାନ ଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories