ବିଦ୍ୟାଳୟ ଫାଠକ ସାମ୍ନାରେ ଗଦା ହୋଇଛି ରାସ୍ତାକାମ ପାଇଁ ବ୍ୟବହୃତ ସାମଗ୍ରୀ
ବାସୁଦେବପୁର: ଗବନ୍ଧୁ ସରକାରୀ ବିଦ୍ୟାପୀଠ ଫାଠକ ସାମ୍ନାରେ ପାହାଡ ପରି ମହଜୁଦ ରହିଛି ରାସ୍ତାକାମ ପାଇଁ ବ୍ୟବହୃତ ସାମଗ୍ରୀ । ଏହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଥିବା ବେଳେ ମେଟାଲ, ବାଲି ମହଜୁଦ ହୋଇ ରହୁଥିବା କାରଣରୁ ଦୁର୍ଘଟଣା ଘଟି ରଞ୍ଜନ ନାୟକ ଓ ଦେବ ରାଉତ ଆହତ ହୋଇଛନ୍ତି । ଏହି ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଖାପାଖି ତିନିଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ପାଠ ପଢିବାକୁ ଆସୁଥିବା ବେଳେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ମୁଖିଆଙ୍କ ସହ ଆଲୋଚନା କରାଯାଇ ସେହି ସ୍ଥାନରେ ରାସ୍ତା ନିର୍ମାଣ ସାମଗ୍ରୀ ମହଜୁଦ କରାଯାଇଥିବା ଠିକାଦାରଙ୍କ ଜନୈକ କର୍ମଚାରୀ କହିଛନ୍ତି। ଏନେଇ ସ୍ଥାନୀୟ ଗୋଷ୍ଠୀ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ କହିଛନ୍ତି ଯେ ଠିକାଦାରଙ୍କ ଏତାଦୃଶ କାର୍ଯ୍ୟକଳାପକୁ ନେଇ ହସିଲଦାରଙ୍କୁ ଅବଗତ କରାଯାଇଛି। ତେବେ ଏ ଠିକାଦାରଙ୍କ ଏତାଦୃଶ କାର୍ଯ୍ୟକଳାପ ସମ୍ପର୍କରେ , ଖୁବଶିଘ୍ର କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯିବ ବୋଲି ତହସିଲଦାର ସୈାଭାଗ୍ୟରଞ୍ଜନ ପଣ୍ଡା ପ୍ରକାଶ କରିଛନ୍ତି।
Comments are closed.