ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟିଙ୍କ ଜନ୍ମଦିନରେ ୩୦୪ୟୁନିଟ୍‌‌ ରକ୍ତ ସଂଗ୍ରହ

କେନ୍ଦୁଝରଗଡ଼: ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟ ପରିଚାଳିତ ସେଣ୍ଟ ଜାଭିୟର୍ସ ସ୍କୁଲ କେନ୍ଦୁଝର ଏବଂ ରଙ୍ଗଲତା ଚ୍ୟାରିଟେବୁଲ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଶନିବାର ସହର ଉପକଣ୍ଠ ନଇଗାଁସ୍ଥିତ ସେଣ୍ଟ ଜାଭିୟର୍ସ ସ୍କୁଲ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ରେକର୍ଡ ସଂଖ୍ୟକ ୩୦୪ ୟୁନିଟ୍‌‌ ରକ୍ତ ସଂଗ୍ରହ କରାଯାଇଛି। ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟର ଟ୍ରଷ୍ଟି ତଥା କାଶ୍‌‌ଭି ଗ୍ରୁପ ଅଫ୍‌‌ କମ୍ପାନୀର ନିର୍ଦ୍ଦେଶିକା ସୁଶ୍ମୀତା ବେହେରାଙ୍କ ଜନ୍ମଦିନ ଉପଲକ୍ଷେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ବିଶିଷ୍ଟ ସମାଜସେବୀ ଚନ୍ଦ୍ରଶେଖର ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‌‌ଘାଟନ କରିଥିଲେ।

କାଶ୍‌‌ଭି ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଦେବବ୍ରତ ବେହେରା ପ୍ରଥମେ ନିଜେ ରକ୍ତଦାନ କରି ଏହି ଶିବିରକୁ ଶୁଭାରମ୍ଭ କରିବା ସହ ରକ୍ତଦାନ କରିଥିବା ସମସ୍ତ ରକ୍ତଦାତାଙ୍କୁ ଉପସ୍ଥିତ ରହି ଉତ୍ସାହିତ କରିଥିଲେ। ଜ୍ଞାନୋଦୟ ଏଜୁକେସନାଲ ଟ୍ରଷ୍ଟର ଟ୍ରଷ୍ଟି ତଥା କାଶ୍‌‌ଭି ଗ୍ରୁପ୍‌‌ ଅଫ୍‌‌ କମ୍ପାନୀର ନିର୍ଦ୍ଦେଶିକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଜିଲା ରକ୍ତ କେନ୍ଦ୍ର କେନ୍ଦୁଝରର ଡାକ୍ତର ରମାକାନ୍ତ ମୁଣ୍ଡା ଓ କର୍ମଚାରୀ ଅକ୍ଷୟ କୁମାର ସାହୁଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ରହି ରକ୍ତ ବର୍ଗୀକରଣ ଓ ସଂଗ୍ରହରେ ସହାୟତା କରିଥିଲେ।

Comments are closed.