କଟକ କନ୍ଦରପୁରରେ ମହିଳାଙ୍କ ଗଳା କାଟି ହତ୍ୟା ମାମଲାରେ କଟକ ଡିସିପିଙ୍କ ପ୍ରତିକ୍ରିୟା

କଟକ : କଟକ କନ୍ଦରପୁରରେ ମହିଳାଙ୍କ ଗଳା କାଟି ହତ୍ୟା ମାମଲାରେ କଟକ ଡିସିପି ଜଗମୋହନ ମୀନା ଶନିବାର କହିଛନ୍ତି ସ୍ଵତନ୍ତ୍ର ଟିମ ଏହାର ତଦନ୍ତ କରୁଛି। ଟେକ୍ନିକାଲ ଟିମ୍ ମଧ୍ୟ ଏଥିରେ ସାମିଲ ଅଛନ୍ତି। ମୃତ ମହିଳାଙ୍କ ପରିଚୟ ସ୍ପଷ୍ଟ କରିବା ହେଉଛି ପ୍ରଥମ ପ୍ରାଥମିକତା। ମୃତଦେହ ନିକଟରୁ ଜବତ ହୋଇଥିବା ପ୍ୟାଣ୍ଟ ପକେଟରୁ ମିଳିଥିବା ନ୍ୟୁ ଷ୍ଟାର୍ ଟେଲର ରସିଦ ନେଇ ସନ୍ଧାନ ଜାରି ରହିଛି। ଆଧାର ଲିଙ୍କ ନେଇ ମୃତକଙ୍କ ଫିଙ୍ଗର ପ୍ରିଣ୍ଟ ନିଆଯାଇଛି। ମୃତକଙ୍କ ହାତରେ ଥିବା ଚିତାକୁ କୁ ଭିତ୍ତି କରି ମଧ୍ୟ ସନ୍ଧାନ କରାଯାଉଛି। ଚିତାରେ ବଳିଆ ବାବା ଲେଖାଯାଇଥିବାରୁ ବାବା ବଳିଆ ଆଶ୍ରମକୁ ପୁଲିସ ଟିମ ଯାଇ ପଚରାଉଚରା କରୁଛି। ମୃତଦେହ ନିକଟରୁ ଜବତ ହୋଇଥିବା ପୋଷାକ, ଗୁଟଖା, ହର୍ଲିକ୍ସ, ସାର୍ଟ ପ୍ୟାଂଟକୁ ତଦନ୍ତ ପରିସରଭୁକ୍ତ କରାଯାଇଛି। ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରାଯାଉଛି। ୭୨ ଘଣ୍ଟା ପର୍ଯ୍ୟନ୍ତ ଶବଗୃହ ଭିତରେ ମୃତଦେହ ରହିବ। ଏହା ପରେ ନିୟମ ଅନୁଯାୟୀ ପୁଲିସ ଶବଦାହ କରିବ।

prayash

୨୦୨୫ରେ ଏହି ରାଶିଙ୍କ ଭୂମି, ଯାନ, ଘର କିଣିବାର ସ୍ୱପ୍ନ ହେବ ପୂରଣ : ଶୁକ୍ର କରିବେ ଭାଗ୍ୟଶାଳୀ..

Comments are closed.