ଏକାଠି ହେବେ ଶନି-ଶୁକ୍ର; ନୂଆବର୍ଷରେ ସୁନାଭଳି ଚମକିବେ ଏହି ରାଶି, ହେବେ ଭାଗ୍ୟଶାଳୀ, ମିଳିବ ଧନ, ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁସାରେ ଶନି ଦେବ ବର୍ତ୍ତମାନ ସମୟରେ କୁମ୍ଭ ରାଶିରେ ବିରାଜମାନ ରହିଛନ୍ତି । ବର୍ଷର ଶେଷ ସମୟରେ ଶୁକ୍ର ମଧ୍ୟ ଏହି ରାଶିରେ ପ୍ରବେଶ କରିବା ସହ ୨ ଗ୍ରହ ଏକାଠି ହେବେ । ଫଳରେ ଯୁତି ଯୋଗ ସୃଷ୍ଟି ହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଦେବ କର୍ମଫଳ ଦାତା । ଶୁକ୍ର, ଐଶ୍ୱର୍ଯ୍ୟ ଓ ଧନର କାରକ । ଶନି ଓ ଶୁକ୍ର ଏକାଠି ହେବା ଦ୍ୱାରା ୫ ରାଶି ବ୍ୟକ୍ତି ବିଶେଷଙ୍କୁ ଖୁବ୍‌ ଲାଭ ମିଳିବ । ସୁନା ଭଳି ଭାଗ୍ୟ ଚମକିବା ସହ ଚାକିରି ଓ ବ୍ୟବସାୟରେ ଉନ୍ନତି ହେବ । ନୂଆବର୍ଷ ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ରାଜା ଭଳି ଜୀବନଶୈଳୀ ମିଳିବ । ଜାଣନ୍ତୁ ଶନି-ଶୁକ୍ର ଏକାଠି ହେବା ପରେ ୨୦୨୫ ନୂଆବର୍ଷରେ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ..

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ନୂଆବର୍ଷ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ଏହି ଯୋଗର ଶୁଭ ପ୍ରଭାବ କାରଣରୁ କର୍ମକ୍ଷେତ୍ରରେ ଖୁବ୍‌ ଉନ୍ନତି ହେବ । ନୂଆ ଚାକିରିର ମଧ୍ୟ ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଭାଗ୍ୟର ସାଥ୍‌ ମିଳିବ । ଆର୍ଥିକ ସ୍ଥିତି ମଜଭୁତ ହେବ । ଜୀବନସାଥୀଙ୍କ ଭରପୁର ସହଯୋଗ ମିଳିବ । ଖୁବ୍‌ ଖୁସିରେ ନୂଆବର୍ଷ କଟିବ ।

କର୍କଟ – ଏହି ରାଶିଙ୍କ ପାଇଁ ମଧ୍ୟ ଲାଭକାରୀ ହେବ । ହଠାତ୍‌ ଧନ ପ୍ରାପ୍ତି ହେବ । କରଜରୁ ମୁକ୍ତି ମିଳିବ । ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବାର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ସକରାତ୍ମକ ଫଳ ମିଳିବ । ଭାଗ୍ୟର ସାଥ୍‌ ମିଳିବ । ବ୍ୟବସାୟୀ ଲାଭବାନ୍‌ ହେବେ । ଧନର ସ୍ଥିତି ଉତ୍ତମ ରହିବ । ସୁଖଶାନ୍ତି ବୃଦ୍ଧି ହେବ ।

ତୁଳା – ଏହି ରାଶିଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ଲାଭ ମିଳିବ । ଭୂମି-ଯାନ ସହ ଜଡିତ କାମ ପୂରଣ ହେବ । ଲାଭ ମଧ୍ୟ ମିଳିବ । ମାନସିକ ଶାନ୍ତି ପ୍ରାପ୍ତି ହେବ । ସରକାରୀ ଚାକିରି କରିଥିଲେ ବିଶେଷ ଲାଭ ମିଳିବ । ବାକି ଥିବା ଟଙ୍କା ଫେରସ୍ତ ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ବାସ୍ତୁ: ନୂଆବର୍ଷ ୨୦୨୫ ଆରମ୍ଭରେ ଘରକୁ ଆଣନ୍ତୁ ବାସ୍‌ ଏହି ଖାସ୍‌ ଜିନିଷ, ବର୍ଷଯାକ ହେବ ଧନ ବର୍ଷା..

prayash

ମକର – ଏହି ରାଶିଙ୍କର ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ଦୂର ହେବ । କର୍ମକ୍ଷେତ୍ରରେ ଆର୍ଥିକ ଉନ୍ନତି ବୃଦ୍ଧି ପାଇବ । ଚାକିରି ଖୋଜୁଥିଲେ ନୂଆ ନୂଆ ସୁଯୋଗ ମିଳିବ । ବ୍ୟବସାୟରେ ଆର୍ଥିକ ଯୋଜନା ସଫଳ ହେବ । ଅବିବାହିତ ଯୁବକ ଯୁବତୀଙ୍କ ବିବାହ ହେବ । ଜୀବନସାଥୀଙ୍କ ସହ ହସଖୁସିରେ ସମୟ ବିତିବ ।

କୁମ୍ଭ- ଏହି ରାଶିଙ୍କ ପାଇଁ ବରଦାନରୁ କମ୍‌ ନୁହେଁ ଶନି-ଶୁକ୍ର ଏକାଠି ହେବା । ହସଖୁସିରେ ସମୟ କଟିବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ପଦନ୍ନୋତିର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ ।

୪ ଶୁଭ ଯୋଗରେ ଆରମ୍ଭ ହେଉଛି ନୂଆବର୍ଷ, ଏହି ୫ ରାଶିଙ୍କ ଭାଗ୍ୟ ବଦଳାଇ ମାଲାମାଲ୍‌ କରିବେ ମା’ଲକ୍ଷ୍ମୀ..

Comments are closed.