ସାଇ ଶିକ୍ଷା ପରିଷଦର ପ୍ରତିଭା ଓ ସୌନ୍ଦର୍ଯ୍ୟ ପ୍ରଦର୍ଶନ ପ୍ରତିଯୋଗିତା : ଲିଟିଲ ମାଷ୍ଟର ଶ୍ରେୟାଂଶ ମିଶ୍ର, ଲିଟିଲ ମିସ ସ୍ନିତି ମିଶ୍ର
ସମ୍ବଲପୁର : ସମ୍ବଲପୁରର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ସାଇ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ପ୍ରତିଭା ଓ ସୌନ୍ଦର୍ଯ୍ୟ ପ୍ରଦର୍ଶନର ପ୍ରତିଯୋଗିତା ୨ ଦିନ ଧରି ଆୟୋଜିତ ହୋଇଯାଇଛି। ଏହି ଦ୍ୱିଦିବସୀୟ କାର୍ଯ୍ୟକ୍ରମରେ ଅତିଥି ରୂପେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୂଳପତି ଏନ. ନାଗାରାଜୁ, ଡେପୁଟି ରେଜିଷ୍ଟାର ଡ. ଉମା ଶଙ୍କର ପତି, ଭୁପେନ୍ଦ୍ର ସିଂ ଖୁସ୍ୱାହା, ସୁକାନ୍ତ ମହାପାତ୍ର, ଡ. ଶଙ୍କର ପତି, ଶିବ ନାରାୟଣ ଶତପଥୀ ଏବଂ ବିଶେଷ ଅତିଥି ରୂପେ ସରୋଜ ଆଚାର୍ଯ୍ୟ, ରଞ୍ଜନ ସାହୁ, ସୁଧୀର ବହିଦାର, ସମୀର ରଞ୍ଜନ ବାବୁ, ରାମଦାସ ପଣ୍ଡା, ଅନୁଷ୍ଠାନର ନିର୍ଦ୍ଦେଶକ ନନ୍ଦ କିଶୋର ସାହୁ, କାର୍ଯ୍ୟକ୍ରମର ସଭାପତି ଭକ୍ତ ପ୍ରସାଦ ନନ୍ଦ, ଉପଦେଷ୍ଟା ଗୋଲକ ବିହାରୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।
ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମରେ ପ୍ରତିଭାଗୀ ମାନେ ପୂର୍ବରୁ ହୋଇଥିବା ଚୟନ ପ୍ରକ୍ରିୟାରେ ଉତ୍ତିର୍ଣ୍ଣ ହୋଇ ଫାଇନାଲ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ଆୟୋଜତି ଲିଟିଲ ମାଷ୍ଟର ପ୍ରତିଯୋଗିତାରେ ବିଜେତା ଶ୍ରେୟାଂଶ ମିଶ୍ର, ଉପ ବିଜେତା ରୋଶନ କୁମାର ମେହେର ଓ ଶୁଭମ ସୁର୍ଯ୍ୟାଂଶ ଅଦାବର ହୋଇଛନ୍ତି। ଲିଟିଲ ମିସ ପ୍ରତିଯୋଗିତାରେ ବିଜେତା ସ୍ନିତି ମିଶ୍ର, ଉପ ବିଜେତା ଲକ୍ଷିତା ଅଗ୍ରୱାଲ ଓ ଅଂଶିକା ଭୋଇ ହୋଇଛନ୍ତି। ମିଷ୍ଟର ଟିନ ପ୍ରତିଯୋଗିତାରେ ବିଜେତା ରୁଦ୍ର ନାରାୟଣ ମହାନ୍ତ, ଉପ ବିଜେତା ସ୍ୱସ୍ତିକ କୁମାର ନାଥ ଓ ପ୍ରହାଲ୍ଲା ମେହେର, ମିସ ଟିନ ପ୍ରତିଯୋଗିତାରେ ବିଜେତା ସୋନାଲିକା ବେହେରା, ଉପ ବିଜେତା ମୃଣାଳ ସି ଓ ପ୍ରାଚୀ ପ୍ରିୟା ରଣା ହୋଇଛନ୍ତି। ସେହିଭଳି ମିସେସ ସମ୍ବଲପୁର ପ୍ରତିଯୋଗିତାରେ ବିଜେତା ଶିଳ୍ପୀମୟୀ ସାହୁ, ଉପ ବିଜେତା ପ୍ରତିଭା ଦାସ ଓ ସନ୍ତୋଷିନୀ ପଟ୍ଟନାୟକ ହୋଇଛନ୍ତି।
ବିଭିନ୍ନ ପ୍ରତିଯୋଗିତାର ବିଚାରକ ଦାୟିତ୍ୱରେ ଅସୀମ ପ୍ରଧାନ, ମନୀଷା ମହାପାତ୍ର, ଆଜାଦ ଶେଖର ପ୍ରଧାନ, ଅତିଶ ଶତପଥୀ, ଶିଶିର କର, ତନୁଜା ମହାପାତ୍ର, ଡା. ସଞ୍ଜୟ ଭୋଇ, ରାନୀ ଦାଶ, ଅର୍ପିତା ପୂଜାରୀ, ନିଲମ ଆନନ୍ଦ, ରେଶମ କୁମାର, ଚରଣଜିତ କୌର ହୁରା, ମନିଷା ପଣ୍ଡା, ସୁଜାତା ଲେଙ୍କା, ଉତ୍ତମ ସିଂ ଓ ଲିପିକା ନାୟକ ରହିଥିଲେ। କାର୍ଯ୍ୟକ୍ରମକୁ ସଂଯୋଜନା ମୀମାଂଶା ରଥ, ଦେବସ୍ମିତା, ମିନାକ୍ଷୀ, ଅର୍ପିତା ଓ ତର୍ପଣ ପ୍ରଧାନ କରିଥିଲେ।
କାର୍ଯ୍ୟକ୍ରମରେ ଅସୀମ ପ୍ରଧାନ, ପଲ୍ଲବୀ ଦାଶ, ମନୋଜ ପ୍ରଧାନ, ରବିନ ଚୌହାନଙ୍କ ନିର୍ଦ୍ଦେଶନାରେ ଚିତ୍ତାକର୍ଷକ ସାଂସ୍କୃତିକ ପରିବେଷଣ କରାଯାଇଛି। ମୀମାଂସା ରଥଙ୍କ ନିର୍ଦ୍ଦେଶନା ଓ ନେତୃତ୍ୱରେ ଆରମ୍ଭ ଅନୁଷ୍ଠାନର କଳାକାର ମାନେ ସୁନ୍ଦର ବେଶ ପୋଷାକ, ପରିପାଟୀର ପ୍ରଦର୍ଶନ କରିଥିଲେ। ସାଇ ଶିକ୍ଷା ପରିଷଦର ନିର୍ଦ୍ଦେଶକ ନନ୍ଦ କିଶୋର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପାୟଲ ଭୋଇ, ଉମେଶ, ମନୋଜ, ରାଜୀବ, ନୂପୁର, କବିତା, ସୋମନାଥ, ଧରଣୀ, ଚନ୍ଦ୍ର, ମହେଶ, ରାଧା, ଅଂଶୀତା, ସନ୍ଧ୍ୟା, ସାଇ ଶିକ୍ଷା ପରିଷଦ ଓ ହମ୍ପି ଡମ୍ପି ପ୍ଲେ ସ୍କୁଲର କର୍ମଚାରୀ ମାନେ ସହାୟତା କରିଥିଲେ।
Comments are closed.