www.samajalive.in
Tuesday, December 9, 2025
16.1 C
Bhubaneswar

ଦେଖନ୍ତୁ ଭିଡିଓ: କେନ୍ଦ୍ରୀୟ ବ୍ୟାଙ୍କ ଲୁଟିଲେ ବିଦ୍ରୋହୀ

ସମାଜ ଡିଜିଟାଲ ଡେସ୍କ: ସିରିଆରେ ବଶର ଅଲ ଅସଦଙ୍କ ଶାସନ ଶେ​‌ଷ ହୋଇଛି। ବିଦ୍ରୋହୀ ହାୟାତ ତାହରିର ଅଲ ସାମ୍‌(ଏଚଟିଏସ) ସଂଗଠନ ରାଜଧାନୀ ଦାମାସ୍କସକୁ କବଜା କରିବା ପରେ ରାଷ୍ଟ୍ରପତି ଦେଶ ଛାଡ଼ି ପଳାଇଛନ୍ତି। ଏବେ ସିରିଆକୁ ଶରଣାର୍ଥୀ ଫେରିବାରେ ଲାଗିଛନ୍ତି। ରାଜଧାନୀକୁ ସଂଯୋଗ କରୁଥିବା ରାସ୍ତାରେ ହଜାର ହଜାର ଗାଡ଼ିରେ ଶରଣାର୍ଥୀମାନେ ଫେରୁଛନ୍ତି। ଅସଦଙ୍କ ଶାସନ ସମୟରେ ସେମାନଙ୍କୁ ଦେଶରୁ ବିସ୍ଥାପିତ କରାଯାଇଥିଲା। ଏବେ ସେମାନେ ଦେଶକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ତେବେ ଏହାରି ଭିତରେ କିଛି ଅଜବ ଦୃଶ୍ୟ ସାମ୍ନାକୁ ଆସିଛି। ବିଦ୍ରୋହୀମାନେ ରବିବାର ଦିନ ଦାମାସ୍କସକୁ ଅକ୍ତିଆରକୁ ନେବା ସହିତ ରାଷ୍ଟ୍ରପତିଙ୍କ ବାସଭବନରେ ଧସେଇ ପଶିଥିଲେ। ସୋମବାର ଲୋକମାନେ ଦେଶର କେନ୍ଦ୍ରୀୟ ବ୍ୟାଙ୍କରେ ପଶି ଲୁଟ୍‌ କରିଛନ୍ତି। ବ୍ୟାଙ୍କ ଭିତରେ ପଶି ସେମାନେ ମନ ମୁତାବକ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଗାଡ଼ିରେ ବୋହି ନେଉଛନ୍ତି। ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ବହୁ ଲୋକ ଏକ ବ୍ୟାଙ୍କରେ ପ୍ରବେଶ କରୁଛନ୍ତି ଏବଂ ମନ ଇଚ୍ଛା ଲୁଟ୍‌ କରୁଛନ୍ତି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories