www.samajalive.in
Sunday, December 7, 2025
26.1 C
Bhubaneswar

ଆସିଲା ‘ବନବାସ’ ଟ୍ରେଲର, ଭାବପ୍ରବଣ କରିବ ନାନା ପାଟେକର-ଉତ୍କର୍ଷ ଶର୍ମା ଯୋଡ଼ି

ସମାଜ ଡିଜିଟାଲ ଡେସ୍କ: ନାନା ପାଟେକର ଓ ଉତ୍କର୍ଷ ଶର୍ମା ଅଭିନୀତ ଚଳଚ୍ଚିତ୍ର ‘ବନବାସ’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଏଥି​‌ରେ ନାନା ପାଟେକରଙ୍କ ଚରିତ୍ର ତାଙ୍କ ପରିବାର ସହ ବନାରସ ଆସୁଛି। ତାଙ୍କ ପରିବାର ତାଙ୍କୁ ସେଠାରେ ଏକୁଟିଆ ଛାଡ଼ି ଯାଉଛନ୍ତି। ଏଠାରେ ସେ ଉତ୍କର୍ଷଙ୍କ ଚରିତ୍ରକୁ ଭେଟୁଛନ୍ତି ଏବଂ ଉଭୟଙ୍କ ମଧ୍ୟରେ ଏକ ଭିନ୍ନ ସମ୍ପର୍କ ଗଢି ଉଠୁଛି। ଶେଷରେ ଉତ୍କର୍ଷଙ୍କ ଚରିତ୍ର ପ୍ରତିଶ୍ରୁତି ଦେଉଛି ଯେ ସେ ତାଙ୍କୁ ତାଙ୍କ ପିଲାମାନଙ୍କ ସହ ଭେଟ କରାଇଦେବ। କିନ୍ତୁ ଆଗକୁ ଏମିତି କିଛି ଘଟୁଛି କି, ନାନାଙ୍କ ଚରିତ୍ର ନିଜର ପିଣ୍ଡଦାନ କରୁଛି। ଟ୍ରେଲରରେ ଚଳଚ୍ଚିତ୍ର କାହାଣୀର ଯେଉଁ ଝଲକ୍ ଦେଖିବାକୁ ମିଳିଛି, ସେଥିରୁ ଜଣାପଡ଼ୁଛି ଯେ ଏହା ଏକ ଭାବପ୍ରବଣ କରିବା ଭଳି କାହାଣୀ। ଅନୀଲ ଶର୍ମାଙ୍କ ଦ୍ଵାରା ଲିଖିତ, ନିର୍ଦେଶିତ ଏବଂ ପ୍ରଯୋଜିତ ଏହି ଚଳଚ୍ଚିତ୍ର ଡିସେମ୍ବର ୨୦ରେ ମୁକ୍ତିଲାଭ କରିବ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories