ଆଠଗଡ ମହୋତ୍ସବ ପାଇଁ ବିଭିନ୍ନ କମିଟିର ପ୍ରସ୍ତୁତି
ଆଠଗଡ : ଆଠଗଡ ମହୋତ୍ସବ ଚଳିତ ମାସ ୧୮ ତାରିଖରୁ ୨୨ ତାରିଖ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେବ। ଆଠଗଡ ମାଟିର କଳା, ସଂସ୍କୃତି, ଐତିହ ଓ ଲୋକକଳାକୁ ଲୋକଲୋଚନକୁ ଆଣିବା ଏହାର ବ୍ୟାପକ ପ୍ରଚାର ପ୍ରସାର ସହ ଉଦୀୟମାନ ପ୍ରତିଭାଙ୍କୁ ଉତ୍ସାହିତ କରିବା ମହୋତ୍ସବ ଆୟୋଜନର ମୁଳ ଲକ୍ଷ୍ୟ। ଚଳିତ ବର୍ଷ ମହୋତ୍ସବକୁ ସରସ, ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ୧୩ଟି କମିଟି ଉପରେ ଦାୟିତ୍ବ ନ୍ୟସ୍ତ କରାଯାଇଛି । ବିଭିନ୍ନ କମିଟି ମାଧ୍ୟମରେ ସମନ୍ବୟ ରଖାଯାଇ ମହୋତ୍ସବକୁ ସୁପରିଚାଳନା କରିବା ନିମନ୍ତେ ସମସ୍ତେ ମିଳିତ ଉଦ୍ୟମ ଜାରି ରଖିଛନ୍ତି। ରବିବାର ଏହି ପରିପ୍ରେକ୍ଷୀରେ ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପଠାରେ ସ୍ନରଣିକା କମିଟି ଓ ସାଂସ୍କୃତିକ କମିଟିର ପ୍ରସ୍ତୁତି ବୈଠକ ପୃଥକ ଭାବେ ଅନୁଷ୍ଠିତ ହୋଇଥିଲା।
ମହୋତ୍ସବ ସ୍ନରଣିକା ‘ଅଷ୍ଟାୟନ’ରେ ପ୍ରକାଶନ ପାଇଁ କେବଳ ଆଠଗଡ ମାଟିର କଳା, ସଂସ୍କୃତି, ଐତିହ୍ୟ, କିର୍ତ୍ତୀରାଜି ଓ ଏ ଅଞ୍ଚଳର ପର୍ଯ୍ୟଟନ କ୍ଷେତ୍ର ଉପରେ ପର୍ଯ୍ୟବେସିତ ସଂକ୍ଷିପ୍ତ ପ୍ରବନ୍ଧ, କ୍ଷୁଦ୍ର ଗଳ୍ପ, କବିତା ଗୁଡିକୁ ଚଳିତ ମାସ ୧୦ ତାରିଖ ସୁଦ୍ଧା ଆଗ୍ରହୀ ଲେଖକ/ଲେଖିକା ପଠାଇବା ପାଇଁ ଅନୁରୋଧ କରାଯାଇଛି। ସେହିପରି କଳା ଓ ସଂସ୍କୃତି ତଥା ସାଂସ୍କୃତିକ କମିଟି ପକ୍ଷରୁ ବିଦ୍ୟାଳୟ, ମହାବିଦ୍ୟାଳୟ ସ୍ତରରେ ତଥା ଆଠଗଡର ବିଭିନ୍ନ ଅଞ୍ଚଳରେ ଗଢି ଉଠିଥିବା ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନଙ୍କୁ ନେଇ କିପରି ମହୋତ୍ସବକୁ ଆକର୍ଷଣୀୟ କରାଯିବ ସେ ବିଷୟରେ ବ୍ୟାପକ ଆଲୋଚନା କରାଯାଇଥିଲା। ଏଥିରେ ଉଭୟ କମିଟିର ସଦସ୍ୟମାନେ ଯୋଗଦେଇ ବିଭିନ୍ନ ବିଷୟ ଉପରେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
Comments are closed.