ପ୍ରଚଣ୍ଡ ଶବ୍ଦରେ ଥରିଲା ଢେଙ୍କିକୋଟ ପାଟଣା ଅଞ୍ଚଳ
ପାଟଣା : ଆଜି ପୂର୍ବାହ୍ନ ୧୦ ଟା ୪୭ ରୁ ୧୦ ଟା ୪୮ ମଧରେ ଢେଙ୍କିକୋଟ, ପାଟଣା ଓ ସାହାରପଡା ଅଞ୍ଚଳକୁ ଏକ ପ୍ରଚଣ୍ଡ ଶବ୍ଦ ଶୁଣାଯାଇଥିଲା । ଏହି ଶବ୍ଦ ଏତେ ତୀବ୍ର ଥିଲା ଯେ ବହୁ ସ୍ଥାନରେ ଘରର କବାଟ, ଝରକା ହଲି ଉଠିବା ସହ ଘର ଥରି ଯିବା ପରି ଘଟଣା ଘଟିଥିଲା। ବିଶେଷ କରି ଏହି ନଭେମ୍ବର ଡିସେମ୍ବର ମାସରେ କିଛି ବର୍ଷ ହେଲା ହଠାତ୍ ଏମିତି ପ୍ରଚଣ୍ଡ ଶବ୍ଦ ଶୁଣାଯାଉଛି । ଶବ୍ଦର ଉତ୍ପତ୍ତି ସ୍ଥଳ କେଉଁଠୁ ତାହା ଜଣା ପଡୁନାହିଁ । ତେବେ ଏହି ସମୟରେ ଏକାଧିକ ଉଡାଜାହାଜ ଦ୍ରୁତ ବେଗରେ ଆକାଶରେ ଚକ୍କର କାଟୁଥିବା ଦେଖାଯାଉଥିବାରୁ ଏହି ଶବ୍ଦ ସହ ଉଡାଜାହାଜ ଚକ୍କର ଘଟଣାର ସମ୍ପର୍କ ରହିଛି କି ନାହିଁ ତାହା ସାଧାରଣ ଲୋକଙ୍କ ପାଇଁ ଅଜଣା ରହିଛି ।
Comments are closed.