www.samajalive.in
Friday, December 5, 2025
20.1 C
Bhubaneswar

ଦୁଃଖଦ; ଚାକିରିର ଥିଲା ପ୍ରଥମ ଦିନ, ଦୁର୍ଘଟଣାରେ ଆଖି ବୁଜିଲେ ଆଇପିଏସ୍‌ ଅଧିକାରୀ..

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚାକିରିର ପ୍ରଥମ ଦିନରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଭାରତୀୟ ପୁଲିସ ସେବା (ଆଇପିଏସ୍‌)ର ଜଣେ ଅଧିକାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, କର୍ଣ୍ଣାଟକ କ୍ୟାଡର ୨୦୨୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହର୍ଷବର୍ଦ୍ଧନଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତାଙ୍କର ବୟସ ମାତ୍ର ୨୬ ବର୍ଷ ।

ରବିବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହାସନ ଅଞ୍ଚଳର କିଟ୍ଟାନେ ନିକଟରେ ପୁଲିସ ଗାଡିର ଟାୟାର ଫାଟିବା ପରେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ପରେ ଗାଡିଟି ରାସ୍ତାକଡରେ ଏକ ଘର ଓ ଗଛ ସହ ଧକ୍କା ହୋଇଥିଲା । ସୋମବାର କାର୍ଯ୍ୟରେ ଯୋଗ ଦେଇ ଥା’ନ୍ତେ, ମାତ୍ର ଏଭଳି ଦୁଃଖଦ ଘଟଣା ଘଟିଥିଲା ।

- Advertisement -

ହର୍ଷବର୍ଦ୍ଧନଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଚାଳକ ସାମାନ୍ୟ ଆହତ ହୋଇଛନ୍ତି ।
ହର୍ଷବର୍ଦ୍ଧନ ମୈସୁର କର୍ଣ୍ଣାଟକ ପୁଲିସ ଏକାଡେମୀରେ ତାଲିମ ସମାପ୍ତ କରିଥିଲେ। ହର୍ଷବର୍ଦ୍ଧନଙ୍କ ପରିବାର ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ରୁହନ୍ତି। ସେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ଏବଂ ୨୦୨୨-୨୩ କର୍ଣ୍ଣାଟକ କ୍ୟାଡର ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଧିକାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଏହି ଭୟଙ୍କର ଦୁର୍ଘଟଣାରେ ଆଇପିଏସ୍ ଅଧିକାରୀ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ।

ଦେଖନ୍ତୁ ଭିଡିଓ ; ଟ୍ରକରେ ଲୁଚି ଉତ୍ତରପ୍ରଦେଶରୁ ବିହାର ଆସିଲା ବିଶାଳକାୟ ଅଜଗର..

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories