www.samajalive.in
Sunday, December 7, 2025
14.1 C
Bhubaneswar

ଦୁଃଖଦ; ଚାକିରିର ଥିଲା ପ୍ରଥମ ଦିନ, ଦୁର୍ଘଟଣାରେ ଆଖି ବୁଜିଲେ ଆଇପିଏସ୍‌ ଅଧିକାରୀ..

ବେଙ୍ଗାଲୁରୁ: କର୍ଣ୍ଣାଟକରୁ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚାକିରିର ପ୍ରଥମ ଦିନରେ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ବେଳେ ଭାରତୀୟ ପୁଲିସ ସେବା (ଆଇପିଏସ୍‌)ର ଜଣେ ଅଧିକାରୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ପୁଲିସ ଠାରୁ ମିଳିଥିବା ସୂଚନାନୁଯାୟୀ, କର୍ଣ୍ଣାଟକ କ୍ୟାଡର ୨୦୨୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ହର୍ଷବର୍ଦ୍ଧନଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ତାଙ୍କର ବୟସ ମାତ୍ର ୨୬ ବର୍ଷ ।

ରବିବାର ସନ୍ଧ୍ୟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ହାସନ ଅଞ୍ଚଳର କିଟ୍ଟାନେ ନିକଟରେ ପୁଲିସ ଗାଡିର ଟାୟାର ଫାଟିବା ପରେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ପରେ ଗାଡିଟି ରାସ୍ତାକଡରେ ଏକ ଘର ଓ ଗଛ ସହ ଧକ୍କା ହୋଇଥିଲା । ସୋମବାର କାର୍ଯ୍ୟରେ ଯୋଗ ଦେଇ ଥା’ନ୍ତେ, ମାତ୍ର ଏଭଳି ଦୁଃଖଦ ଘଟଣା ଘଟିଥିଲା ।

- Advertisement -

ହର୍ଷବର୍ଦ୍ଧନଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଫଳରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା । ମାତ୍ର ଚାଳକ ସାମାନ୍ୟ ଆହତ ହୋଇଛନ୍ତି ।
ହର୍ଷବର୍ଦ୍ଧନ ମୈସୁର କର୍ଣ୍ଣାଟକ ପୁଲିସ ଏକାଡେମୀରେ ତାଲିମ ସମାପ୍ତ କରିଥିଲେ। ହର୍ଷବର୍ଦ୍ଧନଙ୍କ ପରିବାର ମଧ୍ୟପ୍ରଦେଶର ରିୱା ଜିଲ୍ଲାରେ ରୁହନ୍ତି। ସେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି ଏବଂ ୨୦୨୨-୨୩ କର୍ଣ୍ଣାଟକ କ୍ୟାଡର ବ୍ୟାଚର ଆଇପିଏସ୍ ଅଧିକାରୀ ଥିଲେ।

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅଧିକାରୀଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ କହିଛନ୍ତି ଏହି ଭୟଙ୍କର ଦୁର୍ଘଟଣାରେ ଆଇପିଏସ୍ ଅଧିକାରୀ ହର୍ଷବର୍ଦ୍ଧନଙ୍କ ମୃତ୍ୟୁ ଖବର ଶୁଣି ଅତ୍ୟନ୍ତ ଦୁଃଖିତ ।

ଦେଖନ୍ତୁ ଭିଡିଓ ; ଟ୍ରକରେ ଲୁଚି ଉତ୍ତରପ୍ରଦେଶରୁ ବିହାର ଆସିଲା ବିଶାଳକାୟ ଅଜଗର..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories