www.samajalive.in
Wednesday, November 12, 2025
19.1 C
Bhubaneswar

‘ପୁଷ୍ପା ୨ ଦି ରୁଲ୍‌’ ; ଭାଙ୍ଗିଲା ରେକର୍ଡ, ଆଡ୍‌ଭାନ୍ସ ବୁକିଙ୍ଗ୍‌ରେ ଏତିକି କୋଟି କଲା ଆୟ..

ମୁମ୍ବାଇ : ଆଉ ମାତ୍ର ୩ ଦିନ ବାକି । ଶେଷ ହେବ ପ୍ରଶଂକଙ୍କ ଅପେକ୍ଷା । ରିଲିଜ୍‌ ହେବ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨ ଦି ରୁଲ୍‌’ । ମାତ୍ର ବଡ ପରଦାରେ ରିଲିଜ୍‌ ପୂର୍ବରୁ ହିଁ ହଇଚଇ ସୃଷ୍ଟି କଲାଣି ପୁଷ୍ପା ୨ । ଡିସେମ୍ବର ୫ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମର ଆଡ୍‌ଭାନ୍ସ ବୁକିଙ୍ଗ୍‌ ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି । ଆଡ୍‌ଭାନ୍ସ ବୁକିଙ୍ଗ ଆରମ୍ଭ ଦିନ ହିଁ ୩୦.୮୮ କୋଟି ଟଙ୍କା ଆୟ କରି ସାରିଛି । ଆଡ୍‌ଭାନ୍ସ ବୁକିଙ୍ଗକୁ ଦେଖି ଦର୍ଶକ ଉତ୍ସାହ ନେଇ ଅନୁମାନ କରାଯାଉଛି ।

ରିପୋର୍ଟ ଅନୁସାରେ କେବଳ ତେଲୁଗୁ ଭାଷାରେ ଆଡ୍‌ଭାନ୍ସ ବୁକିଙ୍ଗ ୧୦.୨୮ କୋଟି, ହିନ୍ଦି ଭାଷାରେ ୭ କୋଟି ୪୫ ଲକ୍ଷ, ମାଲାୟଲମ୍‌ରେ ୪୬.୬୯ ଲକ୍ଷ ଆୟ କରିଛି ।

୨୦୨୫ ଏପ୍ରିଲ ପର୍ଯ୍ୟନ୍ତ ଏହି ୫ ରାଶିଙ୍କୁ ଭାଗ୍ୟଶାଳୀ କରିବେ ବୃହସ୍ପତି: ଧନର ବର୍ଷା ସହ ହେବ ବିବାହ..

- Advertisement -

ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ପୁଷ୍ପା ୨ ସମଗ୍ର ଭାରତରେ ୧୬,୦୦୬ ଶୋ ପାଇଁ ପ୍ରାୟ ଛଅ ଲକ୍ଷ ୫୯ ହଜାର ଟିକେଟ୍ ବିକ୍ରି କରିଛି । ଏହି ଟିକେଟ୍ ବିକ୍ରୟରୁ ୨୧.୪୯ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଏହି ଫିଲ୍ମ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଆଲୋଡ଼ନ ସୃଷ୍ଟି କରିଛି। ଆମେରିକାରେ ଏହି ଫିଲ୍ମ ଆଗୁଆ ବୁକିଂରେ ପ୍ରାୟ ୭୦ କୋଟି ଟଙ୍କା ଆୟ କରିଛି।

ଦେଖନ୍ତୁ ଭିଡିଓ; ଜଗତସିଂହପୁର ଶିଆଳି ବେଳାଭୂମିରେ କୁମ୍ଭୀର, ଅଞ୍ଚଳବାସୀ,ପର୍ଯ୍ୟଟକ ଭୟଭୀତ..

‘ପୁଷ୍ପା ୨ ଦି ରୁଲ୍‌’ ସୁକୁମାରଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଚଳଚ୍ଚିତ୍ରରେ ରଶ୍ମିକା ମନ୍ଦନା ଏବଂ ଫରଦ ଫାସିଲ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହାପୂର୍ବରୁ ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା -ପାର୍ଟ୧କୁ ଦର୍ଶକଙ୍କ ଖୁବ୍‌ ଭଲପାଇବା ମିଳିଥିଲା । ପୁଷ୍ପାର ଲୋକପ୍ରିୟତା ଦେଖି ଅଲ୍ଲୁ ଅର୍ଜୁନଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମର ପାର୍ଟ ୨କୁ ଅପେକ୍ଷା କରିଛନ୍ତିା ଏହି ଚଳଚ୍ଚିତ୍ରଟି ଅଲୁ ଅର୍ଜୁନଙ୍କୁ ଏକ ପାନ୍‌ ଇଣ୍ଡିଆ ତାରକା ଭାବରେ ପ୍ରତିଷ୍ଠିତ କରିଥିଲା। ଏହି ଚଳଚ୍ଚିତ୍ରରେ ତାଙ୍କର ଚମତ୍କାର ଅଭିନୟ ପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ଅଭିନେତା ଭାବରେ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ଦୁଃଖଦ; ଚାକିରିର ଥିଲା ପ୍ରଥମ ଦିନ, ଦୁର୍ଘଟଣାରେ ଆଖି ବୁଜିଲେ ଆଇପିଏସ୍‌ ଅଧିକାରୀ..

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories