www.samajalive.in
Saturday, December 6, 2025
19.1 C
Bhubaneswar

ସାଉଦୀ ଆରବସ୍ଥିତ ପ୍ରଥମ ଓଡିଆ ସଙ୍ଗଠନ ରୋଜାର ୧୬ତମ ବାର୍ଷିକ ଉତ୍ସବ

ନୂଆଦିଲ୍ଲୀ : ସାଉଦୀ ଆରବସ୍ଥିତ ପ୍ରଥମ ଓଡିଆ ସଙ୍ଗଠନ ରୋଜା ତାହାର ୧୬ତମ ବର୍ଷିକ ଉତ୍ସବ ପାଳନ କରିଛି। ପ୍ରାୟ ୩୦୦ ପ୍ରବାସୀ ଓଡିଆଙ୍କ ଉପସ୍ଥିତିରେ ଓଡିଶାର ସଂସ୍କୃତି , ଐତିହ୍ୟ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟପ୍ରାଚ୍ୟରେ ଏକ କ୍ଷୁଦ୍ର ଓଡିଶାର ଅନୁଭୂତି ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଆସ୍ମାକ୍ ଗ୍ରୁପର ପ୍ରତିଷ୍ଠାତା ଡଃ ଦେବ ମହାନ୍ତି ଓ ସିକ୍ୟୁର ଆଇ ଗ୍ରୁପର ସହ ପ୍ରତିଷ୍ଠାତା ଶ୍ରୀ କର୍ମେନ୍ଦ୍ର କୋହଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଆ ଐକ୍ୟ ଏବଂ ସଂସ୍କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ଏଠାରେ ଅନୁଷ୍ଠିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରୀମତି ଦୀପିକା ପାଣିଗ୍ରାହୀ , ଦୀପିକା ପାତ୍ର  ଏବଂ ରୋଜାଲିନ୍ ନାଏକଙ୍କ ନିର୍ଦେଶନାରେ ଓଡିଶୀ, ସମ୍ବଲପୁରୀ ଓ ଆଧୁନିକ ଗୀତ ସହ ସୁନାମଧନ୍ୟ ଓଲିଉଡ୍  ଗାୟକ ଶ୍ରୀ ସ୍ଵୟମ୍ ପାଢୀ ଆକର୍ଷଣର କେନ୍ଦ୍ର ବିନ୍ଦୁ ଥିଲେ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories