www.samajalive.in
Saturday, December 6, 2025
15.1 C
Bhubaneswar

ଶିକ୍ଷକତାରୁ ରାଜନୀତି: ଆପ୍‌ରେ ଯୋଗଦେଲେ ଅଓ୍ବଧ ଓଝା

ସମାଜ ଡିଜିଟାଲ ଡେସ୍କ: ମୋଟିଭେସନାଲ ସ୍ପିକର ବା ସେଲିବ୍ରିଟି ଶିକ୍ଷକ ଭାବେ ପରିଚିତ ଅଓ୍ବଧ ଓଝା ସାର୍‌ ଶିକ୍ଷକତାରୁ ରାଜନୀତିରେ ପ୍ରବେଶ କରିଛନ୍ତି। ସେ ସୋମବାର ଆମ ଆଦମୀ ପାର୍ଟି(ଆପ୍‌)ରେ ଯୋଗଦେଇଛନ୍ତି। ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ସେ ଦଳରେ ଯୋଗଦାନ କରିଥିବାରୁ ଚଳିତ ଥର ତାଙ୍କୁ ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ ଟିକେଟ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ୟୁଟ୍ୟୁବରେ ସେ ଅଓ୍ବଧ ଓଝା ସାର ନାମରେ ବେଶ ପରିଚିତ। ତାଙ୍କର ଉତ୍ତରପ୍ରଦେଶର ଗୋଣ୍ଡା ଅଞ୍ଚଳରେ। ୟୁପିଏସସି ଆଶାୟୀମାନଙ୍କୁ ସେ ଶିକ୍ଷାଦାନ କରିଆସୁଛନ୍ତି। ସେ ନିଜେ ଜଣେ ଆଇଏଏସ ଅଧିକାରୀ ହେବାକୁ ଚାହୁଁଥିଲେ। କିନ୍ତୁ ଅଧାରୁ ପ୍ରସ୍ତୁତି ଛାଡ଼ି ଶିକ୍ଷକତା ଆରମ୍ଭ କରିଥିଲେ। ତାଙ୍କ ସମ୍ପତ୍ତିର ପରିମାଣ ପ୍ରାୟ ୧୧ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories