ପାଟଣା ବଜାର ଅଞ୍ଚଳରେ ସରକାରୀ ଜାଗା ଚିହ୍ନଟ

ପାଟଣା : ପାଟଣା ବଜାର ଅଞ୍ଚଳ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥ ପ୍ରଶସ୍ତୀକରଣ ହେବାର ଅଛି। ଏହି ପରିପ୍ରେକ୍ଷୀରେ ପାଟଣା ବଜାର ଅଞ୍ଚଳ ବିଭିନ୍ନ ଦୋକାନ ନିର୍ମାଣ କାରଣରୁ ସଙ୍କୁଚିତ ହୋଇ ଯାଉଛି। ଏଭଳି ସ୍ଥିତିରେ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାର ଉଭୟ ପାର୍ଶ୍ଵରେ କେତେ ସରକାରୀ ଜାଗା ରହିଛି ଓ ତନ୍ମଧ୍ୟରୁ କେତେ ଜବର ଦଖଲରେ ରହିଛି ତାହା ଚିହ୍ନଟ କରିବା ଓ ଆବଶ୍ୟକ ପଡ଼ିଲେ ଉଛେଦ କରିବାକୁ ରାଜସ୍ୱ ବିଭାଗକୁ ଚିଠି ଲେଖାଯାଇଥିଲା । ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ଆଜି ପାଟଣା ତହସିଲ ପ୍ରଶାସନ ଓ ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଉପସ୍ଥିତିରେ ଏହି ସରକାରୀ ଜାଗା ଚିହ୍ନଟ ପ୍ରକ୍ରିୟା ଆଜି ପୂର୍ବାହ୍ନରୁ ସନ୍ଧ୍ୟା ଯାଏ ଚାଲିଥିଲା। ଏଥିରେ ପାଟଣା ତହସିଲଦାର ଲୀଳାବତୀ ନାୟକ, ଅତିରିକ୍ତ ତହସିଲଦାର ସରଣ କୁମାର ଜେନା, ପୂର୍ତ୍ତ ବିଭାଗର ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ରାଜସ୍ବ ନିରୀକ୍ଷକ ବନମାଳୀ ନାୟକ ଓ ଅନ୍ୟ ରାଜସ୍ୱ ନିରୀକ୍ଷକମାନେ ଉପସ୍ଥିତ ଥିଲେ। ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ପାଟଣା ପୁଲିସ ଉପସ୍ଥିତ ଥିଲେ।

Comments are closed.