www.samajalive.in
Monday, December 15, 2025
24.1 C
Bhubaneswar

ଟାଉନ ଥାନା ପୁଲିସ ବଡ ସଫଳତା, ୬୩ ଲିଟର ବିଦେଶୀ ମଦ ସମେତ ବସ୍‌‌ ଓ ସ୍କୋର୍ପିଓ ଜବ,୨ ଅଭିଯୁକ୍ତ ଗିରଫ

କେନ୍ଦୁଝରଗଡ଼ :  ବିଦେଶକୁ ବିକ୍ରି ପାଇଁ ଉଦ୍ଦିଷ୍ଟ ବିଦେଶୀ ମଦକୁ ଆନ୍ତରାଜ୍ୟ ମଦ ମାଫିଆଙ୍କ ସହାୟତାରେ କେନ୍ଦୁଝରରେ ବିକ୍ରି ପାଇଁ ଆସୁଥିବା ବିଶେଷସୂତ୍ରରୁ ଖବର ପାଇ ଟାଉନ ଥାନା ପୁଲିସ ରବିବାର ରାତିରେ ଚଢ଼ଉ କରି ମଦ ସମେତ ବ୍ୟବହୃତ ଯାନ ଜବତ ସହ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିବାରେ ସଫଳ ହୋଇଛି।

ଓଡି-୦୯କେ-୭୯୭୭ନମ୍ବର କାରୱାଁ ନାମକ ଏକ ଘରୋଇ ବସ୍‌‌ ଯୋଗେ ଝାରଖଣ୍ଡ ରାଜ୍ୟର ଜାମସେଦପୁରରୁ ୬୩ ଲିଟର ବିଦେଶକୁ ବିକ୍ରି ପାଇଁ ଉଦ୍ଦିଷ୍ଟ ବିଦେଶୀ ମଦ କେନ୍ଦୁଝରରେ ପହଞ୍ଚିବା ପରେ ଓଡି-୦୨ବିଡି-୫୦୭୮ ନମ୍ବର ଏକ କଳା ସ୍କୋର୍ପିଓ ଯୋଗେ ବୋଝଇ ହୋଇ ଚାଲାଣ ହେବା ସମୟରେ ଟାଉନ ଥାନା ଇନ୍ସପେକ୍ଟର ଶ୍ରୀକାନ୍ତ ସାହୁ ସଦଳବଳେ ଚଢ଼ଉ କରି ଉକ୍ତ ବିଦେଶୀ ମଦକୁ ଜବତ କରିବା ସହ ଏଥିସହ ସମ୍ପୃକ୍ତ ବସ୍‌‌ ଓ ସ୍କୋର୍ପିଓ ସମେତ ୩ଟି ମୋବାଇଲକୁ ଜବତ କରିବା ସହ ବସ୍‌‌ କଣ୍ଡକ୍ଟର ଝାରଖଣ୍ଡ ରାଜ୍ୟ ବୋକାରୋ ଅଞ୍ଚଳର ବାଲିଡିହି ଥାନା ଅଧିନ କେୱାତସତୋଳା ଗ୍ରାମର ସୁବୋଧ କର୍ମକାର ଏବଂ ସଦର ଥାନା ପଳାଶପଙ୍ଗାର ଉପେନ୍ଦ୍ର ସାହୁଙ୍କ ପୁଅ ରାକେଶ କୁମାର ସାହୁଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

- Advertisement -

ଦୀର୍ଘ ସମୟରେ ପରେ କେନ୍ଦୁଝର ପୁଲିସକୁ ଏଭଳି ଏକ ବଡ ସଫଳତା ମିଳିଥିବା ବେଳେ ପଡୋଶୀ ଝାରଖଣ୍ଡ ଓ ପଶ୍ଚିମବଙ୍ଗ ରାଜ୍ୟରୁ ଅବାଧରେ କେନ୍ଦୁଝର ସହରକୁ ହୋଇଆସୁଥିବା ବିଭିନ୍ନ ନିଶାଦ୍ରବ୍ୟ ଚାଲାଣକାରୀଙ୍କ ମଧ୍ୟରେ ଏବେ କୋକୁଆଭୟ ଖେଳି ଯାଇଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories