www.samajalive.in
Sunday, December 7, 2025
14.1 C
Bhubaneswar

କ୍ୟାଡର ମାଓବାଦୀର ଆତ୍ମସମର୍ପଣ

ଫୁଲବାଣୀ: ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି। ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛି। ଆତ୍ମସମର୍ପଣ କରିଥିବା ମାଓବାଦୀଜଣକ ହେଲେ ବିଜା ମାଡଭୀ ଓରଫ ଟିକେସ। ଛତିଶଗଡ଼ ସୁକମା ଜିଲା କିସ୍ତାରାମ ଥାନା ଅନ୍ତର୍ଗତ ମଙ୍ଗଳଗୁଡା ଗ୍ରାମର ବିଜା ୨୦୧୮ ମସିହାରୁ ମାଓ ସଙ୍ଗଠନର ଦରବା ଡିଭିଜନରେ ସାମିଲ ହୋଇ ପଶ୍ଚିମ ବସ୍ତର, ମାଦ ଏବଂ ଉତ୍ତର ବସ୍ତର ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ୨୦୨୦ ମସିହାରେ ସେ ଓଡ଼ିଶା କ୍ୟାଡରକୁ ଆସି ଅଷ୍ଟମ କମ୍ପାନୀ(କାଡାମ ଏରିଆ କମିଟି)ର ସଦସ୍ୟ ଭାବେ ନୂଆପଡା ଅଞ୍ଚଳରେ ସକ୍ରିୟ ରହିଥିଲେ। ଏବେ ସେ କନ୍ଧମାଳ ଜିଲାର ରାହୁଲ ଏରିଆ କମିଟିର ସଦସ୍ୟ ଭାବେ କାର୍ଯ୍ୟ କରୁଥିଲେ।

ବିଜା ଗତ ଫେବୃଆରୀ ମାସରେ ପୁଲିସ ଗୁଳିରେ ନିହତ ହୋଇଥିବା ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ ଥିଲେ। ୨୦୨୦ ମସିହା ସିର୍ଲା, ବାଇବାଲି ସମେତ ୧୦ଟି ଗୁଳି ବିନିମୟ ଘଟଣାରେ ସେ ସାମିଲ ଥିଲେ ବୋଲି ଆଜି ସ୍ଥାନୀୟ ଜିଲା ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସାର୍ଥକ ଷଡ଼ଙ୍ଗୀ। ମାଓ ସଙ୍ଗଠନ ପ୍ରତି ଜନସମର୍ଥନ କ୍ରମାଗତ ଭାବେ ହ୍ରାସ ପାଉଥିବା​ବେଳେ​‌ ସଙ୍ଗଠନ ଭିତରେ ଉତ୍ପୀଡ଼ନ ଏବଂ ବିକାଶ ବିରୋଧୀ କାର୍ଯ୍ୟକଳାପ ପ୍ରତି ବିତସ୍ପୃହ ହୋଇ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି ବିଜା। ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ପୁଲିସ ବାଲିଗୁଡ଼ା ଥାନା ଅନ୍ତର୍ଗତ ସରୁଲଇ ନିକଟରେ ଚଢାଉ କରି ଜିଲେଟିନ ଷ୍ଟିକ, ବନ୍ଧୁକ, ଖାଦ୍ୟ ସାମଗ୍ରୀ, ପୋଷାକ ସହିତ ବିପୁଳ ମାଓ ସାମଗ୍ରୀ ଜବତ କରିଛି। ଆଜି ଜିଲା ପୁଲିସ ମୁଖ୍ୟାଳୟଠାରେ ଦକ୍ଷିଣାଞ୍ଚଳ ଡିଆଇଜି ଡ. ଷଡ଼ଙ୍ଗୀ ଏବଂ କନ୍ଧମାଳ ଏସପି ହରିଶ ବି.ସିଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛି ଏହି ମାଓବାଦୀ। ତାଙ୍କୁ ରାଜ୍ୟ ସରକାରଙ୍କ ଯୋଜନା ଅନୁଯାୟୀ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ଏ ଅବସରରେ ପ୍ରକାଶ କରିଛନ୍ତି ଡିଆଇଜି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories