www.samajalive.in
Sunday, December 7, 2025
26.1 C
Bhubaneswar

୩୦ରେ ପ୍ରାଦେଶିକ ୨୭ତମ ଜନଜାତି କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ

ସମାଜ ଡିଜିଟାଲ ଡେସ୍କ: କ୍ରୀଡ଼ା କ୍ଷେତ୍ରରେ ଆଦିବାସୀ ସମ୍ପ୍ରଦାୟ ଆଣିବେ ଗୌରବ। ରାଜ୍ୟ ଓ ଜାତୀୟସ୍ତରରେ ଓଡ଼ିଶା ପାଇଁ ସୁନାମ ମଧ୍ୟ ଆଣିବେ। ଚଳିତବର୍ଷ ବନବାସୀ କଲ୍ୟାଣ ଆସୋସିଏସନ ପକ୍ଷରୁ କଟକରେ ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି ପ୍ରାଦେଶିକ ୨୭ତମ ଜନଜାତି କ୍ରୀଡ଼ା ପ୍ରତିଯୋଗିତା। ଏହା ଆସନ୍ତା ନଭେମ୍ବର ୩୦ ଓ ଡିସେମ୍ବର ୧ ଦୁଇଦିନ ବ୍ୟାପୀ ସ୍ଥାନୀୟ ସତ୍ୟବ୍ରତ ଷ୍ଟାଡିୟମଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ପ୍ରତିଯୋଗିତାରେ ଫୁଟବଲ ଓ ଆରଚେରୀ ଦୁଇଟି ଖେଳ ଅନୁଷ୍ଠିତ ହେବ। ୧୮ ଜିଲାରୁ ୩୫୦ରୁ ଊର୍ଦ୍ଧ୍ବ ପ୍ରତିଯୋଗୀ ବାଳକ ବାଳିକାମାନେ ଅଂଶଗ୍ରହଣ କରିବେ।

ସଂଘ ସମ୍ପାଦକ ଚନ୍ଦ୍ରକାନ୍ତ ନାଥଙ୍କ ମତରେ, ବନରେ ରହୁଥିବା ଆଦିବାସୀମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଆର୍ଥିକ ବିକାଶ, ସାମ୍ବିଧାନିକ ଅଧିକାର, କ୍ରୀଡ଼ା ବିକାଶ କ୍ଷେତ୍ରରେ ବନବାସୀ ଆଶ୍ରମ ସ୍ଥାପନ କରାଯାଇଥିଲା। ସଂଘ ପକ୍ଷରୁ ଓଡ଼ିଶାରେ ଏକାଧିକ ଛାତ୍ରାବାସ, ପାଠଶାଳା, ସ୍ୱାସ୍ଥ୍ୟକେନ୍ଦ୍ର ଓ କ୍ରୀଡ଼ାକେନ୍ଦ୍ର ରହିଛି। ଗଣଶିକ୍ଷା ଅନୁସୂଚିତ ଜାତି ଓ ବନଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଜନଜାତି ଖେଳକୁଦ ପ୍ରତିଯୋଗିତାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବିଧାୟକ ଗୌରୀଶଙ୍କର ମାଝୀ ଓ ପିତାମ୍ବର ଆଚାର୍ଯ୍ୟ ଅତିଥି ଭାବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିବା ବନବାସୀ କଲ୍ୟାଣ ଆଶ୍ରମ ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଖେଳକୁଦ ପ୍ରତିଯୋଗିତା ସମ୍ପର୍କରେ ସୂଚନା ଦିଆଯାଇଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories