www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ବଲପୁରରେ ୩୦ ଏକରରେ ହେବ ଦୁଗ୍ଧ ଉତ୍ପାଦନ

ସମ୍ବଲପୁର: ସମ୍ବଲପୁରରେ ୩୦ ଏକର ପରିଧିରେ ଏକ ଡାଏରୀ ଫାର୍ମ ନିର୍ମାଣ ହେବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ସୋମବାର ସମ୍ବଲପୁରକୁ ଗସ୍ତରେ ଆସିଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ, ସମ୍ବଲପୁରରେ ନୂତନ ଡାଏରୀ ଫାର୍ମର ନିର୍ମାଣ ହେବ। ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ବିକାଶ କରିବା ସହ ଚାଷୀଙ୍କ ସୁବିଧା ଓ ରୋଜଗାର ସୃଷ୍ଟି ପାଇଁ ଏହି ଫାର୍ମ ନିର୍ମାଣ କରାଯିବ। ଏଥିରେ ଓମ୍‌ଫେଡର ବିଭିନ୍ନ ସାମଗ୍ରୀ ଚକୋଲେଟ, ଆଇସକ୍ରିମ, ଦହି, ମିଠା ଆଦି ନିର୍ମାଣ କରିବାର ଯୋଜନା ସରକାର କରିଛନ୍ତି। ଏହି ଅଞ୍ଚଳରେ ଧାନ ଚାଷ ପରେ ପଶୁ ପାଳନ ଜରିଆରେ ଚାଷୀ କିଭଳି ସ୍ୱାବଲମ୍ବୀ ହେବେ ସେ ଦିଗରେ ଲକ୍ଷ୍ୟ ରଖି ସରକାର କାମ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି।

ଏଥିସହ କାମଧେନୁ ଯୋଜନା ଜରିଆରେ ଗୋ ସୁରକ୍ଷା ଓ ଗୋ ବଂଶ ବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ମୋହନ ମାଝୀ ସରକାର ନେଉଛନ୍ତି। ବିଶେଷ କରି ଦେଶୀ ଗାଈମାନଙ୍କ ସୁରକ୍ଷା ପାଇଁ ଯୋଜନା କରି ନୂତନ ଗୋଶାଳା ନିର୍ମାଣ ପାଇଁ ୫୨ ଲକ୍ଷ ଟଙ୍କାର ସବସିଡି ପ୍ରଦାନ କରିବା ସହିତ ଗୋଟିଏ ଗାଈକୁ ରକ୍ଷଣାବେକ୍ଷଣ ଓ ଭରଣ ପୋଷଣ ପାଇଁ ବାର୍ଷିକ ୨୦ ହଜାର ଟଙ୍କାର ବ୍ୟବସ୍ଥା ସରକାର କରିଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories