www.samajalive.in
Sunday, December 7, 2025
23.1 C
Bhubaneswar

କଟକ ଗଡଗଡିଆ ଘାଟରେ ଡଙ୍ଗା ଭସାଣ କାର୍ଯ୍ୟକ୍ରମ

କଟକ : ନଭେମ୍ବର ୧୫ ଅର୍ଥାତ୍‌ ଶୁକ୍ରବାର ସମସ୍ତ ସ୍ଥାନରେ ପାଳନ କରାଯାଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ହିନ୍ଦୁ ଧର୍ମ ଅନୁସାରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ହେଉଛି ଏକ ପରମ୍ପରା। ଆଜି ବିଭିନ୍ନ ସ୍ଥାନରେ ଭୋର୍‌ରୁ ଡଙ୍ଗା ଭସାଣ କାର୍ଯ୍ୟକ୍ରମ କରାଯାଇଛି । ‘ଆ କା ମା ବୈ’ ପାନ ଗୁଆ ଥୋଇ, ପାନ ଗୁଆ ତୋର ମାସକ ଧର୍ମ ମୋର। ଏହି ଗୀତ ଗାଇ ସଭିଏଁ ଡଙ୍ଗା ଭସାଇ ଥାନ୍ତି । ଏହି ପର୍ବ ସହ କଟକର ଗଡଗଡିଆ ଘାଟରେ ସ୍ଵତନ୍ତ୍ର ପରିଚୟ ଥିବା ହେତୁ ଏଠାରେ ଅନେକ ଜନ ସମାଗମ ଦେଖିବାକୁ ମିଳିଥିଲା। ଭୋର୍‌ରୁ ପିଲା ଠାରୁ ବୟସ୍କ ସମସ୍ତେ ହାତରେ ସୋଲରେ ତିଆରି ଡଙ୍ଗା, କଦଳୀ ପାଟୁଙ୍ଗା ଆଦିରେ ତିଆରି ଡଙ୍ଗାରେ ପାନ, ଗୁଆ, ଫୁଲ, ଆରୁଆ ଚାଉଳ ଇତ୍ୟାଦି ରଖି ଭସାଇବା ସହ ଏହି ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଛନ୍ତି ।
ଏହି ଠାରୁ ହିଁ ସାଧବ ପୁଅମାନେ ବୋଇତ ନେଇ ଜାଭା, ସୁମାତ୍ରା, ବାର୍ଲି ଇତ୍ୟାଦି ବିଦେଶ ଅଞ୍ଚଳକୁ ବ୍ୟବସାୟ କରିବାକୁ ଯାଉ ଥିଲେ। ସାଧବ ପୁଅମାନେ ଏହି ବ୍ୟବସାୟରେ ଆଣୁଥିବା ସାମଗ୍ରୀକୁ ଗଡ଼ଗଡିଆ ଘାଟରେ ବ୍ୟବସାୟ କରୁଥିଲେ ଯେଉଁଥିପାଇଁ ଏଠାରେ କାର୍ତ୍ତିକ ପୂର୍ଣ୍ଣିମା ଠାରୁ ହିଁ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ।

କାର୍ତ୍ତିକ ପୂର୍ଣ୍ଣିମାରୁ ଶନିଙ୍କ ସିଧା ଚଳନ; ଏହି ୫ ରାଶି ହେବେ ଭାଗ୍ୟଶାଳୀ..

୩୦ ବର୍ଷ ପରେ ଗଜକେସରୀ ଯୋଗ ; ୨୦୨୫ ଯାଏଁ ଏହି ରାଶିଙ୍କ ଚମକିବ ଭାଗ୍ୟ, ହଠାତ୍‌ ମିଳିବ ଧନ, ଚାକିରିରେ ଉନ୍ନତି..

- Advertisement -

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories