www.samajalive.in
Sunday, December 7, 2025
14.1 C
Bhubaneswar

ଜାଣନ୍ତୁ.. ହ୍ୱାଟ୍ସଆପ୍‌ ଆଣିଲା ଜବରଦସ୍ତ ଫିଚର୍‌; ଏବେ ଚାଟ୍‌ କରିବା ହେବ ଖୁବ୍‌ ସହଜ..ମିଳିବ ଏହି ସୁବିଧା..

ନୂଆଦିଲ୍ଲୀ : ଦୁନିଆର ସବୁଠାରୁ ଲୋକପ୍ରିୟ ତୁରନ୍ତ ମେସେଜିଙ୍ଗ୍‌ ପ୍ଲାଟ୍‌ଫର୍ମରୁ ଗୋଟିଏ ହେଉଛି ହ୍ୱାଟ୍ସଆପ୍‌ । ଉପଭୋକ୍ତାଙ୍କୁ ସୁବିଧା ଓ ସେମାନଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ହ୍ୱାଟ୍ସଆପ୍‌ ଦିନକୁ ଦିନ ନୂଆ ନୂଆ ଫିଚର୍‌ ଆଣୁଛି । ଉପଭୋକ୍ତାଙ୍କୁ ସୁବିଧା ପ୍ରଦାନ ପାଇଁ ହ୍ୱାଟ୍ସଆପ୍‌ ଆଣିଛି ଏକ ନୂଆ ଜବରଦସ୍ତ ଫିଚର୍‌ ।

ମେଟାର ସିଇଓ ମାର୍କ ଜୁକରବର୍ଗ ନିକଟରେ ନୂଆ ‘କଷ୍ଟମ୍‌ ଲିଷ୍ଟସ’ ଫିଚର୍‌ର ଘୋଷଣା କରିଛନ୍ତି। ଏହି ଫିଚର୍‌ ସାହାଯ୍ୟରେ ଉପଭୋକ୍ତା ନିଜ ପ୍ରିୟ ସମ୍ପର୍କୀୟ ଓ ଗ୍ରୁପ୍‌କୁ ଭିନ୍ନ ଭିନ୍ନ ବର୍ଗରେ ରଖିପାରିବେ । ଏହାସହ ଖୁବ୍‌ ସହଜରେ ନିଜ ବନ୍ଧୁ, ସମ୍ପର୍କୀୟ ଓ ଅନ୍ୟ ଲୋକଙ୍କ ସହ ଚାଟିଙ୍ଗ୍‌ କରି ପାରିବେ । ଧିରେ ଧିରେ ଏହି ଫିଚର୍‌କୁ ଆଣ୍ଡ୍ରଏଡ୍‌ ଓ ଆଇଓଏସ ବ୍ୟବହାରକାରୀଙ୍କ ପାଇଁ ପ୍ରସ୍ତୁତ କରାଯାଉଛି ।

୯୦ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ; ଏହି ୩ ରାଶିଙ୍କ ଭାଗ୍ୟ ସୁନାଭଳି ଚମକିବ, ମିଳିବ ଲକ୍ଷ୍ମୀ-ନାରାୟଣଙ୍କ କୃପା..

- Advertisement -

ଏହି ଫିଚର୍‌ର ଲାଭ ଉଠାଇବା ପାଇଁ ଉପଭୋକ୍ତାଙ୍କୁ ପ୍ରଥମେ ନିଜର ହ୍ୱାଟ୍ସଆପ୍‌ ଅପଡେଟ୍‌ କରିବାକୁ ପଡିବ । ଏହାପରେ ଚାଟ୍‌ ଟ୍ୟାବ୍‌କୁ ଯିବା ପରେ ଲିଷ୍ଟ୍‌କୁ ଯାଇ ‘+’ ଆଇକନ୍‌ ଉପରେ କ୍ଲିକ୍‌ କରିବାକୁ ପଡିବ । କଷ୍ଟମ୍‌ ଲିଷ୍ଟ୍‌ ଫିଚର୍‌ ସାହାଯ୍ୟରେ ନିଜର ପସନ୍ଦର ତାଲିକା କରି ପାରିବେ ।

ଜାଣନ୍ତି କି ସୁପରଷ୍ଟାର ଶାହାରୁଖ୍‌ ପିନ୍ଧିଥିବା ଏହି ଘଣ୍ଟାର ଦାମ୍‌ କେତେ..

ଯେଉଁମାନେ ନିଜ ପସନ୍ଦର ଚାଟ୍‌ ତାଲିକା ପାଇଁ ଇଚ୍ଛୁକ ସେମାନଙ୍କ ପାଇଁ ଏହି ଫିଚର୍‌ ବେଶ ଲାଭଦାୟକ ହେବ । ଏହି ଫିଚର୍‌ ସାହାଯ୍ୟରେ ପରିବାର, ବନ୍ଧୁ, କର୍ମକ୍ଷେତ୍ର ସହ ଜଡିତ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଭିନ୍ନ ବର୍ଗରେ ରଖିପାରିବେ ।

ବର୍ତ୍ତମାନ ସମୟରେ ହ୍ୱାଟ୍ସଆପ୍‌ ଉପଭୋକ୍ତାଙ୍କ ପାଇଁ ସବୁଠାରୁ ଉପଯୋଗୀ ଆପ୍‌ ବୋଲି ପ୍ରମାଣିତ ହୋଇଛି । ପରିବାର ଠାରୁ ଆରମ୍ଭ କରି ଅଫିସ୍‌ କାମରେ ଲୋକେ ଗ୍ରୁପ୍‌ କରି ସହଜରେ ନିଜ କାମ କରି ପାରୁଛନ୍ତି । ଏହି ଚାଟିଙ୍ଗ୍‌ ଆପ୍‌ରେ ଗ୍ରୁପ୍‌ ଭିଡିଓ କଲ୍‌ କରିବା ଭଳି ଫିଚର୍‌ ମଧ୍ୟ ରହିଛି । ଏହାସହ ଅନ୍ୟ ଫିଚର୍‌ ମଧ୍ୟ ରହିଛି, ଯାହା ସାହାସ୍ୟରେ ଖୁବ୍‌ ସହଜରେ କାମ କରି ହେଉଛି ।

ବର୍ତ୍ତମାନ ସମୟରେ ଟେକ୍ନୋଲୋଜି ଯୁଗରେ ହ୍ୱାଟ୍ସଆପ୍‌ ଅପଡେଟ୍ ରଖିବା ପାଇଁ ପ୍ରତିଦିନ ନୂଆ ଫିଚର୍‌ ଯୋଡାଯାଉଛି, ଯାହା ବର୍ତ୍ତମାନର ସମୟର ଆବଶ୍ୟକତା ଏବଂ ବ୍ୟବହାରକାରୀଙ୍କ କାର୍ଯ୍ୟକୁ ସହଜ କରିଥାଏ । ‘କଷ୍ଟମ୍‌ ଲିଷ୍ଟସ’ ଫିଚର୍‌ ସାହାଯ୍ୟରେ ଆପଣ ସହଜରେ ଗ୍ରୁପ୍‌ ସୃଷ୍ଟି କରିପାରିବେ, ଚାଟ୍ କରିପାରିବେ ଏବଂ ବାରମ୍ବାର ସର୍ଚ୍ଚ କରିବାକୁ ମଧ୍ୟ ପଡିବ ନାହିଁ ।

ଦେଖନ୍ତୁ ଭିଡିଓ; ହଠାତ୍‌ ପଶି ଆସିଲା ଷଣ୍ଢ; ଲାଲ୍‌ ସାର୍ଟ ପିନ୍ଧିଥିବା ବ୍ୟକ୍ତିଙ୍କୁ..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories