www.samajalive.in
Saturday, December 6, 2025
26.1 C
Bhubaneswar

ଅବ୍ୟବସ୍ଥା ଘେରରେ ହୁମା ପ୍ରସିଦ୍ଧ ସାପ୍ତାହିକ ଶୁଖୁଆ ହାଟ

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ପଞ୍ଚାୟତ ହାଟ ପଡିଆରେ ହେଉଥିବା ଏସିଆ ମହାଦେଶର ପ୍ରସିଦ୍ଧ ସପ୍ତାହିକ ଶୁଖୁଆ ହାଟ ବର୍ତମାନ ଅବ୍ୟବସ୍ଥା ଘେରରେ ରହିଛି। ଯାହାକୁ ନେଇ ଆସୁଥିବା ବ୍ୟବସାୟୀ, କ୍ରେତା, ଗ୍ରାହକ ମାନଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ମୁଖ୍ୟତଃ ଭାବେ ପାନୀୟ ଜଳ, ଶୌଚାଳୟ, ରାତ୍ରୀ ଯାପନୀ ପାଇଁ ବିଶ୍ରାମ ଗୃହର ଅଭାବ ରହିଛି। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ରାଜ୍ୟ ବାହାରୁ ଆସୁଥିବା ବ୍ୟବସାୟୀ ମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ହାଟରୁ ବାର୍ଷିକ ୪୦ରୁ ୪୫ ଲକ୍ଷ ରାଜସ୍ୱ ଆଦାୟ ହେଉଥିବା ବେଳେ ସାଧାରଣ ଭାବେ ଏହି ସମସ୍ୟା ଦୂର ହେଇପାରୁନି। ଏସବୁ ସମସ୍ୟା ପ୍ରତି ବ୍ଲକ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି। ପ୍ରକାଶ ଯୋଗ୍ୟ, ଷୋହଳ ନମ୍ବର ଜାତୀୟ ରାଜପଥ ପାର୍ଶରେଏସିଆ ମହାଦେଶର ଏହି ପ୍ରସିଦ୍ଧ ସାପ୍ତାହିକ ଶୁଖୁଆ ହାଟ ଶନିବାରରୁ ଆରମ୍ଭ ହୋଇ ରବିବାର ଦିନ ସରିଥାଏ। ଉକ୍ତ ହାଟକୁ ଓଡିଶାର ବିଭିନ୍ନ ଜିଲ୍ଲା ସମେତ ଆନ୍ଧ୍ରପ୍ରଦେଶ, ପଶ୍ଚିମ ବଙ୍ଗ, ବିହାର, ଗୁଜୁରାଟ ପ୍ରଭୃତି ରାଜ୍ୟ ଲୋକମାନେ ବିକ୍ରିବଟା ପାଇଁ ଆସିଥାନ୍ତି। ଏଠାରେ ଶୁଖୁଆ ବିକ୍ରି ମୁଖ୍ୟ ହୋଇଥିଲେ ମଧ୍ୟ ପନିପରିବା, ଅନ୍ୟନ ସାମଗ୍ରୀ ମଧ୍ୟ୍ୟ ବିକ୍ରିବଟା ହୋଇଥାଏ। ଶୁଖୁଆ ବିକ୍ରି ପାଇଁ ଆସୁଥିବା ବେପାରୀ ମାନେ ଅଭିଯୋଗ କରିଛନ୍ତି ଯେ ରାତ୍ରିଯାପନ ପାଇଁ କୌଣସି ସୁବିଧା ନାହିଁ।ଫଳରେ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏଠାରେ ବିଭିନ୍ନକିସମ ଶୁଖୁଆ ଶାବଳl, ଖଣ୍ଡ ବାଳିଆ, ଗୋଲରା, ଚିଙ୍ଗୁଡ଼ି ଶୁଖୁଆ, ତlମ୍ପଡ଼l, ଖଈଙ୍ଗା, କlବଲା, କାନଗୁରୁଦା ସମେତ ଅନ୍ୟାନ ଶୁଖୁଆ ସୁଲଭ ଦରରେ ଏଠାରେ ମିଳୁଥିବା ହେତୁ ପୁରୀ, କଟକ, ଭୁବନେଶ୍ୱର ଆଦି ସ୍ଥାନରୁ ଲୋକମାନେ ଶୁଖୁଆ କିଣି ନେଇଥାନ୍ତି। ଏହି ସମସ୍ୟା ସମ୍ପର୍କରେ ଗଞ୍ଜାମ ବ୍ଲକ ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀଙ୍କ ଯୋଗାଯୋଗ ବେଳେ ସେ କହିଛନ୍ତି ନିଶ୍ଚିତ ଭାବେ ଏହି ସମସ୍ୟା ସମାଧାନ ଯଥା ଶୀଘ୍ର କରାଯିବ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories