କନିଷି ଲକ୍ଷ୍ମୀନୃସିଂହ ସାହିରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଲକ୍ଷ୍ମୀନୃସିଂହ ସାହିରେ ମଙ୍ଗଳବାର ଅପରାହ୍ନରେରେ ଦିବାକର ବିକ୍ଷୋୟୀଙ୍କ ଘରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଛାରଖାର ହୋଇଯାଇଛି। ଦିବାକର ବିଷୋୟୀ ପାଣି ଗରମ କରିବା ପାଇଁଁ ଓ୍ବାଟର ହିଟର ଲଗାଇ ଥିଲେ। କିନ୍ତୁ ଅସାବଧାନତା ଯୋଗୁଁ ସେଥିରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଯାଇଥିଲା। ନିଆଁ ଲାଗିବା ସମୟରେ ଘରେ ଦିବାକର ଓ ତାଙ୍କ ପତ୍ନୀ ପ୍ରସାଦିନି ରହୁଥିବା ବେଳେ ଅଗ୍ନିକୁ ରୋକିବାରେ ବିଫଳ ହୋଇଥିଲେ। ଘରୁ ଧୁଆଁ ବାହାରିବା ଦେଖି ସାହି ପଡ଼ୋଶୀ ସେଠାରେ ପହଞ୍ଚି କନିଷି ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ସୁଦ୍ଧା ଘର ମଧ୍ୟରେ ରହିଥିବା ପ୍ରାୟ ୧୦ ଲକ୍ଷ ଟଙ୍କାର ବିଭିନ୍ନ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି।

kalyan agarbati

Comments are closed.