www.samajalive.in
Saturday, December 6, 2025
26.1 C
Bhubaneswar

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ବିଭତ୍ସ ହତ୍ୟାକାଣ୍ଡ: ଶ୍ରୀସେତୁ ତଳୁ ମିଳିଲା ବ୍ୟକ୍ତିଙ୍କ ମୃତଦେହ

ପୁରୀ: ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ ପୁରୀରେ ଘଟିଛି ବିଭତ୍ସ ହତ୍ୟାକାଣ୍ଡ। ମହାମହିମଙ୍କ ଗସ୍ତ ପାଇଁ ପୁରୀ ସହର ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଥିବାବେଳେ ଶ୍ରୀ ସେତୁ ନିକଟରେ ଜଣେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକ ଖଣ୍ଡିଆ ବନ୍ଧର ସୁଦର୍ଶନ ସାହୁ ବୋଲି ଜଣାପଡିଛି। ସୁଦର୍ଶନଙ୍କର ମାର୍କେଟ୍ ଛକରେ ଏକ ଜଳଖିଆ ଦୋକାନ ରହିଛି। ସବୁ ଦିନ ପରି ମଙ୍ଗଳବାର ରାତିରେ ସୁଦର୍ଶନ ଦୋକାନ ବନ୍ଦ କରି ଘରକୁ ଯାଉଥିଲେ। ଏତିକିବେଳେ ଶ୍ରୀସେତୁ ନିକଟରେ କିଛି ଦୁର୍ବୁତ୍ତ ତାଙ୍କୁ ପଥରରେ ଛେଚି ହତ୍ୟା କରିଥିଲେ। ଆଜି ସକାଳୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପରେ ସ୍ଥାନୀୟ ଲୋକ ଏ ନେଇ ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ଛାନଭିନ୍ ଜାରି ରଖିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories