www.samajalive.in
Sunday, December 7, 2025
18.1 C
Bhubaneswar

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ଦଳ। କୁଇଣ୍ଟନ ଡି’ କକ୍‌ଙ୍କ ଲଢ଼ୁଆ ଏବଂ ଦ୍ରୁତ ଶତକ(୧୦୬ ରନ, ୮୯ ବଲ) ସତ୍ବେ ଦଳ ବଡ଼ ସ୍କୋର କରିବାରେ ସଫଳ ହୋଇପାରି ନାହିଁ। ଠିକ୍‌ ସମୟରେ ଭାରତୀୟ ବୋଲରଙ୍କ କମ୍‌ ବ୍ୟାକ୍‌ ଦକ୍ଷିଣ ଆଫ୍ରିକାକୁ ସୀମିତ ରନ ମଧ୍ୟରେ ଅଟକାଇବାରେ ସଫଳ ହୋଇଛି। ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଳଦୀପ ଯାଦବଙ୍କ ଘାତକ ବୋଲିଂ ଯୋଗୁ ଏକଦା ୨୧ ଓଭର ସୁଦ୍ଧା ୧୬୮ ରନରେ ୩ ଉଇକେଟ ହରାଇଥିବା ଦକ୍ଷିଣ ଆଫ୍ରିକା ୧୩ ବଲ ବାକି ଥାଇ ୨୭୦ ରନରେ ଅଲଆଉଟ ହୋଇଯାଇଥିଲା।

ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ ଇଣ୍ଡିଆ। ପ୍ରାରମ୍ଭରୁ ମାତ୍ର ୧ ରନରେ ଦକ୍ଷିଣ ଆଫ୍ରିକାର ଗୋଟିଏ ଉଇକେଟ ଅକ୍ତିଆର କରି ଭାରତୀୟ ବୋଲି ପ୍ରଥମ ସଫଳତା ଦେଇଥିଲେ। ହେଲେ ଡି’ କକ୍‌ ଏବଂ ଅଧିନାୟକ ଟେମ୍ବା ବାବୁମା ଦ୍ରୁଟ ବ୍ୟାଟିଂ କରି ୨ୟ ଉଇକେଯରେ ୧୧୩ ରନର ଭାଗିଦାରି କରିଥିଲେ। ଦଳର ସ୍କୋର ୧୬୮ ହୋଇଥିବାବେଳେ ୩ୟ ଉଇକେଟର ପତନ ହୋଇଥିଲା। ଏହା ପରେ ପ୍ରସିଦ୍ଧ କ୍ରିଷ୍ଣା ଏବଂ କୁଳଦୀପ ଯାଦବ ଘାତକ ବୋଲି କରିଥିଲେ। ଯାହାଫଳରେ ଦକ୍ଷିଣ ଆଫ୍ରିକାର ଗୋଟିଏ ପରେ ଗୋଟିଏ ଉଇକେଟର ପତନ ଘଟିଥିଲା। ଉଭ​‌ୟେ ବୋଲର ୪ଟି ଲେଖାଏ ଉଇକେଟ ନେଇଥିଲେ। ଅର୍ଶଦୀପ ସିଂହ ଏବଂ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

- Advertisement -

ଦକ୍ଷିଣ ଆଫ୍ରିତା ତରଫରୁ ଅଧିନାୟକ ବାବୁମା ୪୮ ରନ କରିଥିବାବେଳେ ମାତ୍ରୁ ବ୍ରିକେ ୨୪, ଡିୱାଲ୍ଡ ବ୍ରେଭିସ ୨୯, ମାର୍କୋ ଜାନସେନ ୧୭, କେଶବ ମହାରାଜ ୨୦ ରନ କରିଥିଲେ। ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ।

ସୂଚନାଯୋଗ୍ୟ, ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ଉଭୟ ଦଳ ଗୋଟିଏ ଲେଖାଏ ବିଜୟ ସହିତ ବରାବର ସ୍ଥିତିରେ ରହିଛନ୍ତି। ଏହି ମ୍ୟାଚ ଯେଉଁ ଦଳ ବିଜୟୀ ହେବ ସେ ସିରିଜ କବ୍‌ଜା କରିବ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories