ପାଟଣା ବନାଞ୍ଚଳରେ ପଶିଲେ ହାତୀପଲ
ପାଟଣା : ଗତରାତି ପାଟଣା ଅଞ୍ଚଳକୁ ୨୭ ଟିକିଆ ହାତୀପଲ ପ୍ରବେଶ କରି କିଛି ସମୟ ଉପଦ୍ରବ କରିଥିବା ବେଳେ ପୁନଶ୍ଚ ଉଖୁଣ୍ଡା ଅଞ୍ଚଳକୁ ଫେରିଯାଇଥିଲେ। ଆଜି ସକାଳୁ ପୁଣି ଏହି ହାତୀପଲ ପାଟଣା ବନାଞ୍ଚଳ ଖିରେଇଟାଙ୍ଗିରୀ ସେକ୍ସନ ଗୋଡିପୋଖରୀ ଗାଁକୁ ଧସେଇ ପଶିଥିଲେ। ହାତୀପଲ ଆସିବା ବାଟରେ ଏକର ଏକର ପାଚିଲା ଧାନ ଫସଲ ନଷ୍ଟ କରିଥିବା ଜଣାପଡିଛି। ଏହି ହାତୀପଲ ଗୋଡିପୋଖରୀ ଓ ବାଉଁସୁଳି ଗ୍ରାମର ଅନେକ ଚାଷଜମିରେ ଧନ ଫସଲ ନଷ୍ଟ କରିବା ପରେ ଆଜି ସନ୍ଧ୍ୟାରେ ଧନୁର୍ଜୟପୁର ଗ୍ରାମ ଇଲାକା ମୁହାଁ ହୋଇଥିବା ଦେଖାଯାଇଛି। ଖିରେଇଟାଙ୍ଗିରି ବନପାଳ ପୂର୍ଣ୍ଣଚନ୍ଦ୍ର ମହାନ୍ତ , ଗଜସାଥି ଓ ପାରା କର୍ମଚାରୀମାନେ ଏହି ହାତୀପଲଙ୍କ ଉପରେ ନଜର ରଖିଛନ୍ତି।
Comments are closed.