ଜାତୀୟ ସମ୍ବଲପୁରୀ ସମ୍ମିଳନୀ ପାଇଁ ନିଗମ କମିଶନରଙ୍କୁ ସାକ୍ଷାତ

ସମ୍ବଲପୁର: ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଏକ ପ୍ରତିନିଧି ଦଳ ମହାନଗର ନିଗମ କାର୍ଯ୍ୟାଳୟ ଠାରେ କମିଶନର ବେଦଭୁଷଣ ଙ୍କୁ ମଙ୍ଗଳବାର ସାକ୍ଷାତ କରିଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ’ସମ୍ବଲପୂରୀ ଡେରା’ ଠାରେ ହେବାକୁ ଥିବା ଜାତୀୟ ସମ୍ବଲପୂରୀ ସମ୍ମିଳନୀ ନେଇ କମିଶନରଙ୍କୁ ନିମନ୍ତ୍ରଣ କରାଯାଇ ସମ୍ମିଳନୀ କାର୍ଯ୍ୟକ୍ରମ ଆୟୋଜନ ସ୍ଥଳରେ ଆବଶ୍ୟକୀୟ ହେଉଥିବା ଆଲୋକିକରଣ ଓ ସଫେଇ ବ୍ୟବସ୍ଥା ପ୍ରସଙ୍ଗରେ କମିଶନର ଙ୍କ ସହ ଆଲୋଚନା କରାଯାଇଥିଲା। ଏଥିରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଆବାହକ ଭବାନିଶ ଭୋଇ, ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଓ ଅନ୍ୟ ପ୍ରମୁଖ ସଭ୍ୟ ମାନେ ଉପସ୍ଥିତ ରହିଥିଲେ।

kalyan agarbati

Comments are closed.