www.samajalive.in
Tuesday, December 9, 2025
15.1 C
Bhubaneswar

ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲା – ପୂର୍ବତନ ସାଂସଦ ଏନ. ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାମରେ ଏନବିଡବ୍ଲ୍ୟୁ ଜାରି     

ରାୟଗଡା: ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାରେ ପୂର୍ବତନ ସାଂସଦ ଏନ.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାମରେ ଆଜି ରାୟଗଡା ଏସ.ଡି.ଜେ.ଏମ କୋର୍ଟ ଜାମିନ ବିହିନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଜାରି କରିଛନ୍ତି। ବିଜେଡି ଜିଲା ସଭାପତି ଭାସ୍କର ରାଓଙ୍କ ସମେତ, ବିଜେପି ନେତା ୟେଲା ଭେଙ୍କେଟେଶ୍ବର ରାଓ (କୋଣ୍ଡା ବାବୁ), କେ. କ୍ରୀଷ୍ନା ରାଓ, ଇପିଲି ସନ୍ୟାସି ରାଜୁ, ଏନ. ଆଦି ନାରାୟଣା ଓ ପି.ଦିଲୀପ କୁମାରଙ୍କ ନାମରେ ରାୟଗଡା ଏସଡିଜେଏମ ବର୍ଷା ଦାଶ ଏନବିଡବ୍ଲ୍ୟୁ ଜାରି କରିଛନ୍ତି। ଗତ ୧୪ ଫେବୃଆରୀ ୨୦୨୪ ମସିହାରେ ମୃତ ଭାଗିରଥୀଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ଓ ଆଦିବାସୀ ମହାସଂଘ ରାୟଗଡା ଏସଡିଜେଏମ କୋର୍ଟରେ ଓ୍ବାନସିସି କେସ୍ ଫାଇଲ କରିଥିଲେ। ଅଦାଲତ ସାକ୍ଷ୍ୟ ପ୍ରମାଣ ଓ ତଦନ୍ତ ରିପୋର୍ଟକୁ ଆଧାର କରି ଆଜି ୬ ଜଣଙ୍କ ନାମରେ ଏନବିଡବ୍ଲ୍ୟୁ ଜାରି କରିଛନ୍ତି ବୋଲି କହିଛନ୍ତି ଆଇନଜୀବୀ ସାମୁଏଲ ତାଣ୍ଡି ।

ସୂଚନାଯୋଗ୍ୟ ଯେ, ଗତ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ଯୁବ ଆଦିବାସୀ ନେତା ଭାଗିରଥି ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ସେ ମାଆ ମଝିଘରିଆଣୀ ମନ୍ଦିର ଟ୍ରଷ୍ଟ ବୋର୍ଡର ବୈଠକକୁ ଯାଉଥିବା କହି ଘରୁ ଯାଇଥିଲେ। ହେଲେ ସେ ଆଉ ଘରକୁ ଫେରିନଥିଲେ। ଏ ନେଇ ପରିବାର ବର୍ଗ ରାୟଗଡା ଥିନାରେ ଜଣାଇଥିଲେ। ନିଖୋଜ ହେବାର ୪ ଦିନ ପରେ ଅର୍ଥାତ ୧୯ ତାରିଖରେ ତାଙ୍କର ମୃତଦେହ ଆନ୍ଧ୍ରପ୍ରଦେଶ କମରଡା ଡ୍ୟାମରୁ ଗଳିତ ମୃତ ଦେହ ଉଦ୍ଧାର ହୋଇଥିଲା। ତେବେ ପରିବାରବର୍ଗ ମୃତଦେହକୁ ଚିହ୍ନଟ କରିପାରିନଥିଲେ। ଘଟଣାର ସପ୍ତାହ ପରେ ମୃତ ଦେହର ଫଟୋ ଜାରି କରିବା ପରେ ଭାଗିରଥୀଙ୍କ ମୃତ ଦେହ ବୋଲି ପରିବାରବର୍ଗ ଚିହ୍ନଟ କରିଥିଲା। ତାପରେ ଡିଏନଏ ଟେଷ୍ଟରୁ ଏହି ମୃତ ଦେହ ଭାଗିରଥୀଙ୍କର ବୋଲି ସ୍ପଷ୍ଟ ପ୍ରମାଣିତ ହୋଇଥିଲା। ଏ ନେଇ ରାୟଗଡା ଥାନାରେ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ହେଲେ ପୁଲିସକୁ କିଛି ସଫଳତା ମିଳିନଥିଲା। ଏହି ହତ୍ୟାକାଣ୍ଡର ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପରିବାର ବର୍ଗ ଓ ଆଦିବାସୀ ସଂଘ ଗତ ୨୦୧୦ ମସିହା ଡିସେମ୍ବର ୨୭ରେ ରାୟଗଡା ବନ୍ଦ ପାଳନ କରିଥିଲା। ରାୟଗଡା ପୁଲିସକୁ ଫେଲ ମାରିବା ପରେ ଏହି ହତ୍ୟାକାଣ୍ଡର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଗତ ୨୦୧୧ ଫେବୃଆରୀରେ ଦେଇଥିଲେ ରାଜ୍ୟ ସରକାର। ଏହି ଘଟଣାରେ କ୍ରାଇମବ୍ରାଞ୍ଚ ମଧ୍ୟ ଦୀର୍ଘ ବର୍ଷ ଧରି ତଦନ୍ତ କରୁଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇ ପାରିଲା ନାହିଁ। କିନ୍ତୁ କ୍ରାଇମ ବ୍ରାଞ୍ଚ ଏହି ଘଟଣାରେ ସପୂଣ୍ଣ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା। କ୍ରାଇମବ୍ରାଞ୍ଚର ତଦନ୍ତରେ ପରିବାର ବର୍ଗ ଓ ଆଦିବାସୀ ମହାସଂଘ ଅସନ୍ତୋଷ ପ୍ରକାଶ କରି ବିଭିନ୍ନ ସମୟରେ ସି.ବି.ଆଇ ତଦନ୍ତ ଦାବି କରିବା ସହ ଆନ୍ଦୋଳନ ଚଳାଇଥିଲେ। ଗତ ବର୍ଷ ନଭେମ୍ବରରେ ଏହି ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଗିରଫ କରିବା ସହ ଏହାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବା ଦାବିରେ ଆଦିବାସୀ ମହାସଂଘ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

- Advertisement -

ଆଜି ଏସ.ଡି.ଜେ.ଏମ କୋର୍ଟ ୬ ଜଣଙ୍କ ନାମରେ ଏନବିଡବ୍ଲ୍ୟୁ ଜାରି କରିବା ପରେ ପରିବାରବର୍ଗ ଓ ଆଦିବାସୀ ସଂଘ ଭାଗିରଥୀଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳିବ ବୋଲି ଆଶାବ୍ୟକ୍ତ କରିଛନ୍ତି। ଆଦିବାସୀ ମହାସଂଘର ସଭାପତି ତଥା ରାୟଗଡା ବିଧାୟକ ଆପଲାସ୍ବାମୀ କାଡ୍ରକା କହିଛନ୍ତି ଆମର ଦୀର୍ଘ ବର୍ଷ ଲଢେଇ ଏବେ ସଫଳ ହୋଇଛି। ଆମର କୋର୍ଟ ଉପରେ ଭରଷା ଅଛି, ନିଶ୍ଚିତ ଦୋଷୀଙ୍କୁ ଦଣ୍ଡ ମିଳିବ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories