www.samajalive.in
Monday, December 15, 2025
14.1 C
Bhubaneswar

ରାମ ଧ୍ଵନୀରେ କମ୍ପିଲା ଶ୍ରୀରାମ ଓ ହନୁମାନ ମନ୍ଦିର,  ଶ୍ରଦ୍ଧାଳୁଙ୍କ ଭିଡ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ  ସୁନାଖଣ୍ଡି ପଞ୍ଚାୟତ ଜଗନ୍ନାଥପୁର  ଗ୍ରାମର  ପାହାଡ ଉପରେ ଥିବା ହନୁମାନ ମନ୍ଦିରରେ ଆଜି ରାମ ଧ୍ୱନୀରେ ଗୁଞ୍ଜରିତ ହୋଇଛି । ଏଠାରେ ଶହ ଶହ ସଂଖ୍ୟାରେ  ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିବା ଦେଖିବାକୁ ମିଳିଥିବା ବେଳେ  ଆଡମ୍ବର ସହକାରେ ଶ୍ରୀରାମ ନବମୀ ପାଳନ କରାଯାଇଛି। ଏହାସହିତ ବ୍ଲକର ପ୍ରତ୍ୟେକ  ଶ୍ରୀରାମ ଓ ହନୁମାନ  ମନ୍ଦିରରେ  ଶ୍ରଦ୍ଧାଳୁଙ୍କ ଭିଡ ଲାଗିରହିଥିବା ଜଣାପଡ଼ିଛି।
ପ୍ରଭୁ ଶ୍ରୀରାମଚନ୍ଦ୍ର ଜଣେ ପିତୃଭକ୍ତ, ଭାତୃବତ୍ସଳ, ପରାକ୍ରମୀ, ଦିବ୍ୟରୂପକାନ୍ତି ସମ୍ପନ୍ନ ପୁରୁଷଥିଲେ। ଶ୍ରୀରାମ ନବମୀ ହିନ୍ଦୁମାନଙ୍କର ଏକ ପବିତ୍ର ପର୍ବ। ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ତ୍ରେତୟା ଯୁଗରେ ଚୈତ୍ର ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମତିଥିକୁ ସମଗ୍ର ଭାରତବର୍ଷରେ ‘ଶ୍ରୀରାମ ନବମୀ’ ଭାବେ ଆଦର ଓ ଭକ୍ତିରେ ପାଳନ କରାଯାଏ। ଭକ୍ତମାନେ ଉପବାସ କରି ମନ୍ଦିର ଯାଇ ପୂଜାର୍ଚ୍ଚନା କରନ୍ତି।
ଏହି ତିଥିରେ ହିନ୍ଦୁମାନେ ବ୍ରତ ବି ପାଳନ୍ତି।ଆଜି ରାୟଗଡା ଜିଲାର ପ୍ରତ୍ୟେକ ବ୍ଲକ ଅବା ଗାଁ  ସହରରେ ପବିତ୍ର ଶ୍ରୀରାମ ନବମୀ ଆନନ୍ଦରେ ବିଭୋର ପାଳନ କରାଯାଇଛି ।ଏହି ଅବସରରେ କଲ୍ୟାଣସିଂହପୁର ସଦରର ଭକ୍ତମାନେ ବାଇକରେ ଶ୍ରୀରାମଙ୍କ ପତାକା ଲଗାଇ ଗ୍ରାମରେ ପରିକ୍ରମା କରିଥିବା ଦେଖିବାକୁ ମିଳିଛି । ସଦର ଶ୍ରୀ ରାମ ମନ୍ଦିରରେ ପୂଜାକଙ୍କ ଦ୍ୱାରା ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇଛି।ସନ୍ଧ୍ୟାରେ ସାଇ ମନ୍ଦିରରେ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories