www.samajalive.in
Monday, December 15, 2025
24.1 C
Bhubaneswar

ରାମ ନବମୀ ଉପଲକ୍ଷେ ରକ୍ତଦାନ ଶିବିର,

କଣ୍ଟାବାଞ୍ଜି: ରବିବାର ଭଗବାନ ରାମ ଜନ୍ମଦିନ ରାମ ନବମୀ ଅବସରରେ କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ସରକାରୀ ଡାକ୍ତରଖାନା ସ୍ଥିତ ରକ୍ତ ଭଣ୍ଡାରେ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ପ୍ରେସ କ୍ଲବ ସଭାପତି ପ୍ରବଜିତ ସିଂହ ସାଲୁଜା ସଭାପତିତ୍ବ ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରକୁ ପରାମର୍ଶଦାତା ଆଶିଷ ଖଇତାନ୍ ସଂଯୋଜକ ଭାବେ ପରିଚାଳନା କରିଥିବା ଏହି ଶିବିର ମୂଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନୀତ ଅତିଥି ଭାବେ ପୁଲିସ୍ ଏସଡିପିଓ ଲକ୍ଷ୍ମୀ ନାରାୟଣ ମାରାଣ୍ଡି, ଯୋଗ ଦେଇ ଶିବିର ଉଦଘାଟିତ କରିଥିଲେ ।
ଭଗବାନ ରାମ ଜନ୍ମଦିନରେ କଣ୍ଟାବାଞ୍ଜି ରେ ପ୍ରଥମ ଥର ରକ୍ତଦାନ ଶିବିର ଆୟୋଜନ ପାଇଁ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ପ୍ରଶଂସା କରିବା ସହ ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ଜନମଙ୍ଗଳ ପାଇଁ ଜାରି ରଖିବା ପାଇଁ ଅନୁରୋଧ କରିଥିଲେ, ସ୍ଵେଚ୍ଚାକୃତ ଭାବେ ବହୁ ସଂଖ୍ୟା ଲୋକ ରକ୍ତଦାନ ଦେଇଥିଲେ । ରକ୍ତଦାନ ଶିବିରରେ ପ୍ରେସ କ୍ଲବ ଅଫିସ ସମ୍ପାଦକ ବିସିକେଶନ ମାଝୀ , କୋଷାଧ୍ୟକ୍ଷ ହନୀ ସିଂହ, ପରାମର୍ଶଦାତା ଆଶିଷ ଖୈତାନ , ଦୁର୍ଗାପ୍ରସାଦ ଗୁପ୍ତା, ସଦସ୍ୟ ଜଗମୋହନ ତାଣ୍ଡି , କମଳ ଅଗ୍ରୱାଲ , ଅମିତ ଶର୍ମା , ସେଲୁ ଜୈନ, ସହ ସମାଜସେବୀ ବଜରଙ୍ଗ ଅଗ୍ରୱାଲ, ବିକାଶ ଜୈନ, ବାସୁ ବେହେରା, ସହ ରକ୍ତ ଭଣ୍ଡାର ର ଟେକ୍ନିଶୀୟନ୍ ଗଜପତି ବେହେରା, ଶିବ ସାହୁ, କୁନାଲ ଦାସ, ଦୁର୍ଗା ତାଣ୍ଡି,ମାନେ ଉପସ୍ଥିତ ଥିଲେ ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories