www.samajalive.in
Saturday, December 6, 2025
26.1 C
Bhubaneswar

ଏନିମେ, ମାଙ୍ଗା, ୱେବଟୁନ୍ ଓ ଭଏସ ଆକ୍ଟିଂରେ ଅଂଶଗ୍ରହଣ କଲେ ୯୦ ଜଣ ପ୍ରତିଭାସମ୍ପନ୍ନ ପ୍ରତିଯୋଗୀ

ଚେନ୍ନାଇ : ୱେଭ୍ସ ଆନିମେ ଓ ମାଙ୍ଗା ପ୍ରତିଯୋଗିତା (ୱାମ୍‌) ଚେନ୍ନାଇ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ତାମିଲନାଡ଼ୁ ଏବଂ ପୁଡୁଚେରୀର ୯୦ ଜଣ ପ୍ରତିଭାସମ୍ପନ୍ନ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କଳାତ୍କମ ଉତ୍ସାହ ଏବଂ କାହାଣୀ ବର୍ଣ୍ଣନାର ଚମତ୍କାର ଦେଖିବାକୁ ମିଳିଥିଲା।

ମିଡିଆ ଓ ଏଣ୍ଟରନେଟମେଣ୍ଟ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏମଇଏଆଇ), ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ କର୍ଣ୍ଣବତୀ ବିଶ୍ୱବିଦ୍ୟାଳୟ ପକ୍ଷରୁ ୱାମର ଏହି ସଂସ୍କରଣ ଆୟୋଜନ କରାଯାଇଥିଲା। ଭାରତର ପ୍ରତିଭାସମ୍ପନ୍ନ ସୃଜନଶୀଳ ତାରକାମାନଙ୍କୁ ପ୍ରୋତ୍ସାହନ ଦେବା ଲାଗି ଏହି କାର୍ଯ୍ୟକ୍ରମ ନିଜର ପ୍ରତିବଦ୍ଧତାକୁ ଦୋହରାଇଥିଲା।

- Advertisement -

‘‘କ୍ରିଏଟ୍‌ ଇନ୍‌ ଇଣ୍ଡିଆ’’ ପ୍ରୟାସ ଅଧୀନରେ ପୂର୍ବରୁ ଗୌହାଟୀ, କୋଲକାତା, ଭୁବନେଶ୍ୱର, ବାରାଣସୀ, ମୁମ୍ବାଇ, ନାଗପୁର ଓ ଅହମ୍ମଦାବାଦରେ ୱାମ୍‌ ଆୟୋଜିତ ହୋଇସାରିଛି । ଚେନ୍ନାଇରେ ଅନୁଷ୍ଠିତ ପ୍ରତିଯୋଗିତରେ ମଧ୍ୟ ପ୍ରତିଯୋଗୀମାନେ ଜାପାନୀ ଷ୍ଟାଇନ୍‌ କମିକ୍ସ ମାଙ୍ଗା, ଡିଜିଟାଲ ଭର୍ଟିକାଲ କମିକ୍ସ ୱେବଟୁନ୍‌, ଜାପାନୀ ଆସ୍ଥେଟିକ୍ସ ଦ୍ୱାରା ଅନୁପ୍ରାଣିତ ଆନିମେସନ ଆନିମେ, ଭଏସ ଆକ୍ଟିଂ ଆଦିରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ।

ବିଜେତାମାନଙ୍କୁ ବିଭିନ୍ନ ଉପହାର ସହିତ ନଗଦ  ଟଙ୍କା ପ୍ରଦାନ କରାଯାଇଥିଲା। ବିଜେତା ଆନିମେ ପ୍ରକଳ୍ପଗୁଡ଼ିକ ହିନ୍ଦୀ, ଇଂରାଜୀ ଓ ଜାପାନୀ ଭାଷାରେ ଡବିଂ କରାଯିବ। ଏମଇଏଆଇ ସମେତ ବିଭିନ୍ନ ପେସାଦାର ଅନୁଷ୍ଠାନର ଅଭିଜ୍ଞ ବିଚାରକମାନେ ୱାମ୍‌ର ବିଜେତାମାନଙ୍କୁ ଚୟନ କରିଥିଲେ।

ସୂଚନାଯୋଗ୍ୟ ଆସନ୍ତା ମଇ ୧ରୁ୪ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏହାର ଅଂଶବିଶେଷ ସ୍ୱରୂପ ୱାମ୍‌ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories