www.samajalive.in
Saturday, December 6, 2025
26.1 C
Bhubaneswar

ଶୌଚାଳୟ ଓ ଯାତ୍ରୀ ପ୍ରତୀକ୍ଷାଳୟ ବିହୀନ ରେଳ ଷ୍ଟେସନରେ ହନ୍ତସନ୍ତ ଯାତ୍ରୀ

ରେଙ୍ଗାଲିକ୍ୟାମ୍ପ: ଅତାବିରା ରେଳ ଷ୍ଟେସନର ରହିଥିବା ସମସ୍ୟାକୁ ନେଇ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ। ବିଶେଷ କରି ଷ୍ଟେସନମାନଙ୍କରେ ଯାତ୍ରୀମାନଙ୍କ ପାଇଁ ପ୍ରତୀକ୍ଷାଳୟ ଓ ଶୌଚାଳୟ ନିହାତି ଆବଶ୍ୟକ। କିନ୍ତୁ ଉଭୟ ସୁବିଧା ଏହି ଷ୍ଟେସନରେ ନ ଥିବାରୁ ପ୍ରତିଦିନ ହଜାର ହଜାର ଯାତ୍ରୀ ବିଶେଷ କରି ମହିଳା ତଥା ଦିବ୍ୟାଙ୍ଗ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଷ୍ଟେସନ ଭିତରେ ଯାତ୍ରୀମାନଙ୍କ ବସିବା ପାଇଁ ରହିଥିବା ଅନେକ ସିମେଣ୍ଟ ଚେୟାର ଗୁଡ଼ିକ ଭାଙ୍ଗି ରୁଜି ନଷ୍ଟ ହୋଇ ଗଲାଣି।

ସମ୍ବଲପୁରରୁ ରାୟଗଡ଼ା (୧୮୩୦୧), ରାୟଗଡ଼ାରୁ ସମ୍ବଲପୁର(୧୮୩୦୨), ସମ୍ବଲପୁରରୁ ଜୁନାଗଡ଼ (୫୮୩୦୩),  ଜୁନାଗଡରୁ ସମ୍ବଲପୁର(୫୮୩୦୪), ଟିଟିଲାଗଡରୁ ବିଳାସପୁର (୫୮୨୧୩), ବିଳାସପୁରରୁ ଟିଟିଲାଗଡ (୫୮୨୧୪), ଧନବାଦ ଏଲ୍ ଏ ପି (୧୩୩୫୧), ଏଲଏପିରୁ ଧନବାଦ (୧୩୩୫୨), ସମ୍ବଲପୁରରୁ ନାନ୍ଦେ ( ୨୦୮୦୯), ନାଂଦେରୁ ସମ୍ବଲପୁର (୨୦୮୧୦) ଆଦି ଟ୍ରେନ ଗୁଡ଼ିକ ନିତିଦିନିଆ ଭାବେ ଏହି ଷ୍ଟେସନରେ ରହିଥାଏ। ଏହି ଟ୍ରେନ ମାନଙ୍କରେ ପ୍ରତିଦିନ ଯିବା ଆସିବା କରୁଥିବା ଯାତ୍ରୀ ପ୍ରାୟ ହଜାରେରୁ ଉର୍ଦ୍ଧ୍ବ ହୋଇଥାନ୍ତି । ଘଣ୍ଟା ଘଣ୍ଟା ଧରି ଏମାନଙ୍କୁ ବାହାରେ ରହି ଟ୍ରେନକୁ ଅପେକ୍ଷା କରିବାକୁ ପଡ଼ିଥାଏ। କୌଣସି କାରଣରୁ ଟ୍ରେନ ଆସିବାରେ ବିଳମ୍ବ ହୋଇଥାଏ ତେବେ ଯାତ୍ରୀ ମାନଙ୍କ ଅସୁବିଧା କହିଲେ ନ ସରେ। ଏମିତି କି ଶୌଚାଳୟର ସୁବିଧା ମଧ୍ୟ ହୋଇପାରୁ ନାହିଁ । ଷ୍ଟେସନ ଭିତରେ ଥିବା ଶୌଚାଳୟଟି ଭାଙ୍ଗି ରୁଜି ଅବ୍ୟବହୃତ ହୋଇ ପଡ଼ି ରହିଥିବା ବେଳେ ଷ୍ଟେସନ ବାହାରେ ରହିଥିବା ସର୍ବ ସାଧାରଣ ଶୌଚାଳୟ ସମ୍ପୂର୍ଣ୍ଣ ନୂତନ ହୋଇ ମଧ୍ୟ ତାହା ବ୍ୟବହାର ଯୋଗ୍ୟ ହୋଇପାରୁ ନାହିଁ । ଏହି ଶୌଚାଳୟଟି ମହାନଦୀ କୋଲ୍ଟ ଫିଲ୍ଡ ଦ୍ଵାରା ନିର୍ମାଣ କରାଯାଇଥିଲା। ଶୌଚାଳୟ ଥାଇ ମଧ୍ୟ ତାହା କାମକୁ ଆସୁନାହିଁ। ଫଳରେ ମହିଳା ତଥା ଯୁବତୀ ମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ଏହି ଷ୍ଟେସନରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ରେଲୱେ ପୁଲିସ  ନିଯୁକ୍ତ ମଧ୍ୟ ନଥିବାରୁ ସୁରକ୍ଷା ପ୍ରତି ବିପଦ ମଣୁଛନ୍ତି ଯାତ୍ରୀ। ଆଉ କେତେ ବର୍ଷ ପରେ ଏହି ଷ୍ଟେସନର କାୟା ବଦଳିବ ଓ ଯାତ୍ରୀଙ୍କ ସମସ୍ୟା ଦୂର ହେବ ତାହା ନେଇ ଅଞ୍ଚଳବାସୀ ଚିନ୍ତିତ। ରେଳ ବିଭାଗ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ବୋଲି ଅଞ୍ଚଳବାସୀ କହିଛନ୍ତି।

ଏପ୍ରିଲ ୭ରେ ଏକାଠି ହେଲେ ବୁଧ-ଶନି : ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାର ଦୂର ହେବ ରୋଗ,ଚିନ୍ତା..

- Advertisement -

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories