www.samajalive.in
Tuesday, December 9, 2025
26.1 C
Bhubaneswar

ମୋଦୀ-ୟୁନୁସଙ୍କ ଆଲୋଚନାର ଭ୍ରମାତ୍ମକ ଉପସ୍ଥାପନା କଲା ବାଂଲାଦେଶ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ଅନ୍ତରୀଣ ସରକାର ମୁଖ୍ୟ ମହମ୍ମଦ ୟୁନୁସଙ୍କ ମଧ୍ୟରେ ଗତ ୪ ତାରିଖରେ ବିମଷ୍ଟେକ ସମ୍ମିଳନୀ ଅବସରରେ ଦ୍ଵିପାକ୍ଷିକ ଆଲୋଚନା ହୋଇଥିଲା। ଏହି ସମୟରେ ଦୁଇ ନେତା ଦୁଇ ଦେଶ ମଧ୍ୟରେ ରହିଥିବା ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ୟୁନୁସଙ୍କ ଗଣମାଧ୍ୟମ ସଚିବ ମୋଦୀ ଏବଂ ୟୁନୁସଙ୍କ ଆଲୋଚନାକୁ ନେଇ ବାଂଲାଦେଶରେ ଭ୍ରମାତ୍ମକ ଉପସ୍ଥାପନା କରିଛନ୍ତି। ଆଲୋଚନାବେଳେ ଯେଉଁ ନିଷ୍ପତ୍ତି ହୋଇନାହିଁ ସେ ବିଷୟରେ ସେ ବାଂଲାଦେଶର ଜନସାଧାରଣ ଏବଂ ସାରା ବିଶ୍ଵକୁ ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରଦାନ କରିଛନ୍ତି।

ୟୁନୁସଙ୍କ ଗଣମାଧ୍ୟମ ସଚିବ ଶଫିକୁଲ ଆଲମ ତାଙ୍କ ଫେସବୁକ ପୋଷ୍ଟରେ ଲେଖିଛନ୍ତି ଯେ, ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତ୍ୟର୍ପଣ ନେଇ ବାଂଲାଦେଶକୁ ସକାରାତ୍ମକ ସଙ୍କେତ ଦେଇଛନ୍ତି। ଏପରି କି ହସିନା ୟୁନୁସଙ୍କ ପ୍ରତି ନିରାଦରପୂର୍ଣ୍ଣ ବ୍ୟବହାର କରୁଥିବା ନେଇ ମୋଦୀ ଆଲୋଚନା ବେଳେ କହିଥିବା ଆଲମ ଲେଖିଛନ୍ତି। ଏସବୁ ତଥ୍ୟ ଭୁଲ ଥିବାବେଳେ ସେ ଦେଶବାସୀଙ୍କ ଆଗରେ ଏହାକୁ ଉପସ୍ଥାପନ କରି ଭ୍ରମରେ ପକାଇଛନ୍ତି। ତେବେ ପରବର୍ତ୍ତୀ ସମୟରେ ଉକ୍ତ ପୋଷ୍ଟକୁ ଆଲମ ହଟାଇ ଦେଇଛନ୍ତି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories