www.samajalive.in
Sunday, December 14, 2025
19.1 C
Bhubaneswar

ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ 

ଫୁଲବାଣୀ: ଆଜି ଆୟୁଷ୍ମାନ କାର୍ଡ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲାର ସମସ୍ତ ୧୨ ଗୋଟି ବ୍ଲକ ଅନ୍ତର୍ଗତ ୪୦ ଗୋଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ୧ ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଉକ୍ତ କାର୍ଯ୍ୟକ୍ରମର ସିଧା ପ୍ରାସାରଣ ସହ ଜିଲାରେ ମଧ୍ୟ ଏହାର ଶୁଭାରମ୍ଭ ହୋଇଛି ।
ଏହି ଅବସରରେ ଫୁଲବାଣୀ ପ୍ରାଥମିକ ସହରାଞ୍ଚଳ କେନ୍ଦ୍ର ଅନ୍ତର୍ଗତ କାର୍ଯ୍ୟକ୍ରମ କରୋନେସନ ପଡିଆ ଠାରେ ଆୟୋଜିତ ହୋଇଥିଲା । ମୁଖ୍ୟ ଜିଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ସନ୍ତୋଷ କୁମାର ପାଢି ସୂଚନା ଦେଇଥିଲେ ଯେ ଜିଲାରେ ମୋଟ ୩ ଲକ୍ଷ ୭ ହଜାର ୨୭୩ ଟି କାର୍ଡ ଓ ୩୬ ଲକ୍ଷ ୩୨ ହଜାର ୭୪୫ଟି କମ୍ବୋ କୀଟ୍ ହସ୍ତଗତ ହୋଇଛି । ପୂର୍ବରୁ ଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ହିତାଧିକାରୀଙ୍କର ପରିବାରର ସମସ୍ତ ସଦସ୍ୟମାନଙ୍କୁ ଉକ୍ତ ନୂତନ କାର୍ଡ ପ୍ରଦାନ କରାଯିବ । ପ୍ରତ୍ୟକ ପରିବାର ପାଇଁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ଚିକିତ୍ସା ସୁବିଧା ଏବଂ ମହିଳାଙ୍କ ନିମନ୍ତେ ଅତ୍ୟଧିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନ କରାଯିବ।
ଉକ୍ତ ସୁବିଧା ଭାରତ ବର୍ଷର ୨୯୦୦୦ ଡାକ୍ତରଖାନାରେ ଉପଲବ୍ଧ ହେବ । ଜିଲା ସମସ୍ତ ମୁଖ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ପ୍ରତ୍ୟକ ବ୍ଲକର ନୋଡାଲ ଅଧିକାରୀ ଭାବେ ଦାୟିତ୍ଵ ପ୍ରଦାନ କରାଯାଇଛି । ପ୍ରତ୍ୟକ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ର ପାଇଁ ଗୋଟିଏ ସ୍ୱାସ୍ଥ୍ୟ ସଚେତନତା ରଥ ନିର୍ଦିଷ୍ଟ କରାଯାଇଛି ଏବଂ ତାହା ଆଗାମୀ ସାତ ଦିନ ପାଇଁ ପ୍ରତ୍ୟକ ଗ୍ରାମ ପରିକ୍ରମା କରିବା । ଆଶାମାନେ ଜନ ସେବା କେନ୍ଦ୍ର ସଦସ୍ୟଙ୍କ ସହ ମିଶି ଘରକୁ ଘର ବୁଲି ୧୨ ତାରିଖ ଠାରୁ କାର୍ଡ ବାଣ୍ଟିବେ । ବ୍ୟସ୍ତ ବିବ୍ରତ ନ ହେବା ସହିତ ଏହି ଯୋଜନା ବିଷୟରେ ସବିଶେଷ ବିବରଣୀ ଜାଣିବା ପାଇଁ ଜିଲା ସଂଯୋଜନା ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଫୁଲବାଣୀ  ପୌର ପରିଷଦ ଅଧକ୍ଷ   ପାୟଲ ବେହେରା, ଅଧ୍ୟକ୍ଷା, ପଞ୍ଚାୟତ ସମିତି, ଫୁଲବାଣୀ ସସ୍ମିତା କହଁର, ଜିଲାପରିଷଦ ସଦସ୍ୟା, ଫୁଲବାଣୀ ଚନ୍ଦ୍ରମା ମଲ୍ଲିକ,  ସାଂସଦ ପ୍ରତିନିଧି  ଜଗନ୍ନାଥ ସାହୁ,  ସାଂସଦ ପ୍ରତିନିଧି  ଅନିଲ ପ୍ରଧାନ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୌମ୍ୟରଞ୍ଜନ ପାତ୍ର,  ବିଧାୟକ ପ୍ରତିନିଧି  ରମେଶ ଚନ୍ଦ୍ର ମହାନ୍ତି ,  ସାଂସଦ ପ୍ରତିନିଧି ଚନ୍ଦ୍ରଶେଖର ପଣ୍ଡା, ମେଡ଼ିକାଲ ଅଫିସର ମନୀଷା ମଲ୍ଲିକ, ଆଶା କର୍ମୀ, ଅଙ୍ଗନବାଡି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories