www.samajalive.in
Monday, December 15, 2025
16.1 C
Bhubaneswar

ଜାତୀୟସ୍ତରୀୟ ଖୋ ଖୋ ଟୁର୍ଣ୍ଣାମେଣ୍ଟରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ଆଠଗଡ : ସମ୍ପ୍ରତି ପୁରୀଠାରେ ଅନୁଷ୍ଠିତ ଜାତୀୟସ୍ତରୀୟ ଖୋ ଖୋ ଟୁର୍ଣ୍ଣାମେଣ୍ଟରେ ସ୍ଵର୍ଣ୍ଣ ପଦକ ସହ ଏକଲବ୍ୟ ପୁରସ୍କାର ବିଜେତା କ୍ରୀଡାବିତ ଟି.ଜଗନ୍ନାଥ ଦାସଙ୍କୁ ଗୋପବନ୍ଧୁ କଲେଜରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଜାତୀୟସ୍ତରୀୟ ବରିଷ୍ଠ ବର୍ଗର ଖୋ ଖୋ ପ୍ରତିଯୋଗିତାରେ ରେଳବାଇ ଦଳ ମହାରାଷ୍ଟ୍ର ଦଳକୁ ହରାଇ ଚମ୍ପିୟାନ ହୋଇଥିଲା।  ରେଳବାଇ ଦଳ ପାଇଁ ଖେଳୁଥିବା ଟି.ଜଗନ୍ନାଥ ଦାସଙ୍କୁ ସ୍ଵର୍ଣ୍ଣ ପଦକ ସହ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ପାଇଁ ଭାରତୀୟ ଖୋ ଖୋ ମହାସଂଘ ପକ୍ଷରୁ ଏକଲବ୍ଯ ପୁରସ୍କାର ପ୍ରଦାନ କରାଯାଇଥିଲା।
୫୭ ବର୍ଷ ଧରି ଆୟୋଜିତ ହୋଇ ଆସୁଥିବା ଏହି ଜାତୀୟସ୍ତର ଖୋ ଖୋ ପ୍ରତିଯୋଗିତାରେ ପ୍ରଥମଥର ପାଇଁ ଓଡିଶାର ଜଣେ ଖେଳାଳି ଟି.ଜଗନ୍ନାଥ ଦାସଙ୍କୁ ଏକଲବ୍ୟ ପୁରସ୍କାର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡିଶା ଦଳ ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ଓଡିଶା ପାଇଁ ଖେଳୁଥିବା ଜଗନ୍ନାଥଙ୍କ ଭାଇ ଟି ବଳରାମ ଦାସଙ୍କୁ ମଧ୍ୟ ବ୍ରୋଞ୍ଜ ପଦକ ମିଳିଛି । ଉଭୟ ଆଠଗଡର ଗୋପବନ୍ଧୁ ବିଜ୍ଞାନ କଲେଜର ଛାତ୍ର ହୋଇଥିବାରୁ ଶୁକ୍ରବାର କଲେଜ ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କଲେଜର ଅଧ୍ୟକ୍ଷ ଡ.ଲୋକନାଥ ସାହୁ ଟି.ଜଗନ୍ନାଥ ଏବଂ ଟି ବଳରାମ ଦାସଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ।
କଲେଜର କ୍ରୀଡା ଉପସଭାପତି ତଥା ଡେମୋନଷ୍ଟ୍ରେଟର ସଚ୍ଚିଦାନନ୍ଦ ଜେନା, ଅଧ୍ୟାପକ ଗୌତମବୁଦ୍ଧ ସୀତାରାମ ଓ ଦିବ୍ୟଶକ୍ତି ସାମନ୍ତରାୟ, ଆଠଗଡ ଖୋ ଖୋ ଆସୋସିଏସନର ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜ, ଉପସଭାପତି ମନୋରଞ୍ଜନ ଦାସ ଏବଂ ଅନ୍ଯ କର୍ମକର୍ତ୍ତା ଓ ଖେଳାଳି ଉଭୟ କୃତି କ୍ରୀଡାବିତଙ୍କୁ ଅଭିନନ୍ଦନ ଜଣାଇଥିଲେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories