ମାଲକାନଗିରି: ଭିଜିଲାନ୍ସ ଜାଲରେ ଚିତ୍ରକୋଣ୍ଡା ସହକାରୀ ଯନ୍ତ୍ରୀ। ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଧରିଲା ଭିଜିଲାନ୍ସ। କାର୍ରେ ଟଙ୍କା ନେଇ ଯିବାବେଳେ ଗୋବିନ୍ଦପାଲିଠାରେ ଧରାପଡ଼ିଲେ। ସହକାରୀ ଯନ୍ତ୍ରୀ କେତେ ଟଙ୍କା ନେଇ ଯାଉଥିଲେ ଜଣାପଡ଼ିନାହିଁ।
ବିଶ୍ୱସ୍ତ ଗୁଇନ୍ଦା ସୂଚନା ଆଧାରରେ ଓଡ଼ିଶା ଭିଜିଲାନ୍ସ ଆଜି ଚିତ୍ରକୋଣ୍ଡା ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଏଇଇ) ପବିତ୍ର ମୋହନ ପାଣିଗ୍ରାହୀଙ୍କୁ ଏକ ୱାଗନଆର କାରରେ ଭୁବନେଶ୍ୱର ଯାଉଥିବା ସମୟରେ ଅଟକାଇଥିଲା। ତାଙ୍କ ପାଖରେ ୫.୦୭ ଲକ୍ଷ ଟଙ୍କା ନଗଦ ଥିବାର ଜଣାପଡ଼ିଥିଲା, ଯାହା ଠିକାଦାରଙ୍କଠାରୁ ସଂଗୃହୀତ ଲାଞ୍ଚ ଟଙ୍କା ବୋଲି ସନ୍ଦେହ କରାଯାଉଛି। ଗୋବିନ୍ଦପାଲି ଛକ ନିକଟରେ ତାଙ୍କୁ ଅଟକାଯାଇଥିଲା ଏବଂ ତାଙ୍କ ପାଖରେ ଥିବା ୫.୦୭ ଲକ୍ଷ ଟଙ୍କାର ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ଏହାକୁ ଜବତ କରାଯିବା ସହିତ ତଦନ୍ତ ଆରମ୍ଭ ହୋଇଛି।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ ତାଙ୍କର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ କରିଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କୁ ବର୍ତ୍ତମାନ ପଚରାଉଚରା କରାଯାଉଛି ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।



