ଗୁରୁଡିଝାଟିଆ: ସମଗ୍ର ରାଜ୍ୟରେ ଆଜି ଆନୁଷ୍ଠାନିକ ଭାବେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ଉଦଘାଟନ କରିଛନ୍ତି। ଏହି ଅବସରରେ ଲୋକ ସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ଆଠଗଡର ମାଧବପୁର ଠାରେ ପ୍ରତିଷ୍ଠା ହୋଇଥିବା ଗୋପବନ୍ଧୁ ଚିକିତ୍ସା ବିଜ୍ଞାନ ଓ ଅନୁସନ୍ଧାନ ପ୍ରତିଷ୍ଠାନରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ ହୋଇଛି।
ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଚିବ ଡା ପ୍ରଭାସ ଆଚାର୍ଯ୍ୟ ଏହି ଯୋଜନାକୁ ଶୁଭାରମ୍ଭ କରି କହିଥିଲେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଦ୍ୱାରା ଆଠଗଡ, ଢେଙ୍କାନାଳ, ଅନୁଗୁଳ ଓ ବାଙ୍କି ଆଦି ଅଞ୍ଚଳର ଅଭାବି, ଗରିବ ରୋଗୀମାନେ ବିଶେଷ ଉପକୃତ ହେବା ସହ ଉନ୍ନତ ଚିକିତ୍ସା ପାଇପାରିବେ।
ସୂଚନା ଯୋଗ୍ୟ ଗୋପବନ୍ଧୁ ଚିକିତ୍ସା ବିଜ୍ଞାନ ଓ ଅନୁସନ୍ଧାନ ପ୍ରତିଷ୍ଠାନରେ ଏମଆରଆଇ, ସିଟି ସ୍କାନ, ଅଲଟ୍ରା ସାଉଣ୍ଡ,ରଞ୍ଜନ ରଶ୍ମି, ସ୍ୱତନ୍ତ୍ର ନିଦାନ ପରୀକ୍ଷା କେନ୍ଦ୍ର, ଆଇସିୟୁ ଓ ବୃକକ୍ ରୋଗୀଙ୍କ ଚିକିତ୍ସା ଆଦି ଉପଲବ୍ଧ ଅଟେ। ଶଲ୍ୟ, ଭେଷଜ, ଶିଶୁ, ମହିଳା ଓ ପ୍ରସୂତି, ଅସ୍ଥି ଓ ଦନ୍ତ ଆଦି ବିଭାଗର ବିଶେଷଜ୍ଞ ଡାକ୍ତର ସେବା ଯୋଗାଇ ଦେଉଛନ୍ତି। ଆଜିର ଏହି ଶୁଭାରମ୍ଭ ଉତ୍ସଵରେ ଅନୁଷ୍ଠାନର ନିର୍ଦ୍ଦେଶକ ଶିବରାମ ମିଶ୍ର, ସେବିକା ମହାବିଦ୍ୟାଳୟ ଅଧକ୍ଷ ଏଡୱିନ ଆନନ୍ଦ ସହ ସମସ୍ତ ଚିକିତ୍ସକ ଓ କର୍ମଚାରୀ ଉପସ୍ଥିତ ଥିଲେ।



