www.samajalive.in
Saturday, December 6, 2025
19.1 C
Bhubaneswar

ଦେଖନ୍ତୁ ଭିଡିଓ.. ବିବାହରେ ବରପକ୍ଷଙ୍କୁ ନିସ୍ତୁକ ମାଡ ; ମଣ୍ଡପରେ ଫୁଲ ବଦଳରେ ଖାଲି ଗୋଇଠା, ବିଧା, ଲାଠିମାଡ

ନୂଆଦିଲ୍ଲୀ: ବିବାହ ସମାରୋହରେ ଅନେକ ରୀତିନୀତି ପାଳନ କରାଯାଏ । ଏହି ସମୟରେ ଅନେକ ଛୋଟ ବଡ କଳହ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଥାଏ । ମାତ୍ର ଉତ୍ତରପ୍ରଦେଶର ବିଜନୌରରେ ଜୋତା ଚୋରି କରିବା ପ୍ରଥାରୁ ମହାଭାରତ ସୃଷ୍ଟି ହୋଇଥିଲା । ମାମଲା ସିଧାସଳଖ ଥାନାରେ ପହଞ୍ଚିଥିଲା । ଶାଳୀ ଜୋତା ଫେରାଇବା ବଦଳରେ ଟଙ୍କା ମାଗିବା ପରେ ବିବାହ ମଣ୍ଡପରେ ଆରମ୍ଭ ହୋଇଥିଲା ଖାଲି ଗୋଇଠା, ବିଧା, ଲାଠି ମାଡ । ଉଭୟ ବର ଓ କନ୍ୟା ପକ୍ଷଙ୍କ ମଧ୍ୟରେ ପ୍ରବଳ ମାଡ୍‌ପିଟ୍‌ ପରେ ପୁଲିସ ଆସି ପହଞ୍ଚିଥିଲା ।

ଘଟଣା କ୍ରମେ ଡେରାଡୁନ୍‌ର ଚକରୌତାରୁ ମହମ୍ମଦଙ୍କ ବରଯାତ୍ରୀ ବିଜନୌରର ଗଡମପୁରରେ ପହଞ୍ଚିଥିଲା । ବର ପହଞ୍ଚିବା ପରେ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା। ବାଜା, ନାଚଗୀତରେ ସଭିଏଁ ହସଖୁସିରେ ଥିଲେ । ମାତ୍ର ଜୋତା ଚୋରି ପ୍ରଥା ପରେ ହିଁ ସବୁକିଛି ବଦଳିଯାଇଥିଲା । ଆରମ୍ଭ ହୋଇଥିଲା ପ୍ରବଳ ମାଡପିଟ୍‌ । ଶାଳୀ ପରମ୍ପରା ଅନୁଯାୟୀ, ବରଙ୍କ ଜୋତା ଚୋରି କରିଥିଲେ। ଜୋତା ବଦଳରେ ୫୦ ହଜାର ଟଙ୍କା ମାଗି ଥିଲେ । ମାତ୍ର ବର ଜଣଙ୍କ ୫ ହଜାର ହିଁ ଦେବେ ବୋଲି ରାଜି ହୋଇଥିଲେ। ଏହାପରେ ଶାଳୀ ବରକୁ ଭିକାରୀ କହିବା ପରେ ମହାଭାରତ ଆରମ୍ଭ ହୋଇଯାଇଥିଲା। ବର ଆଉ କନ୍ୟାଙ୍କୁ ସାଙ୍ଗରେ ନେବାକୁ ରାଜି ନହେବାରୁ କଳହ ବଢିଥିଲା । ମାଡ୍‌ପିଟ୍‌ ପରେ କନ୍ୟାପକ୍ଷ ବରପକ୍ଷଙ୍କୁ ଏକ ଘରେ ବନ୍ଦ କରି ଦେଇଥିଲେ।

- Advertisement -

ଏହାପରେ ଘଟଣା ବିଷୟରେ ଖବର ପାଇ ପୁଲିସ ଆସି ସଭିଁଙ୍କୁ ଶାନ୍ତ କରି ଉଭୟ ପକ୍ଷଙ୍କୁ ଥାନାକୁ ନେଇଥିଲା । ଏହାପରେ ବୁଝାସୁଝା କରିବା ପରେ ସଭିଏଁ ଶାନ୍ତ ହୋଇଥିଲେ ।

ଏପ୍ରିଲ ୭ରେ ଏକାଠି ହେଲେ ବୁଧ-ଶନି : ବଦଳିଯିବ ଏହି ରାଶିଙ୍କ ଭାଗ୍ୟ, ଜାଣନ୍ତୁ କିଏ ହେବେ ମାଲାମାଲ୍‌, କାହାର ଦୂର ହେବ ରୋଗ,ଚିନ୍ତା..

ଦେଖନ୍ତୁ ଭିଡିଓ; ମହିଳାଙ୍କ ଜୁଗାଡ୍‌, ମାତ୍ର କିଛି ସେକେଣ୍ଡରେ ୧୦ କେଜି ଆଳୁରୁ କେମିତି ଚୋପା ଛଡାଇଲେ..

 

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories