www.samajalive.in
Sunday, December 7, 2025
26.1 C
Bhubaneswar

ଆଉ ଏକ ହିଟ୍ ଆଣ୍ଡ ରନ୍: ଚଳଚ୍ଚିତ୍ର ନିର୍ଦେଶକଙ୍କ କାର ଧକ୍କାରେ ଜଣେ ମୃତ, ୮ ଆହତ

ସମାଜ ଡିଜିଟାଲ ଡେସ୍କ: କଲକାତାରେ ଜଣେ ଚଳଚ୍ଚିତ୍ର ନିର୍ଦେଶକଙ୍କ ଦ୍ଵାରା ହିଟ୍‌ ଆଣ୍ଡ ରନ୍‌ ମାମଲା ସାମ୍ନାକୁ ଆସିଛି। ନିର୍ଦେଶକ ଜଣକ ମଦ୍ୟପାନ କରି ଭିଡ଼ ଭିତରେ ଦ୍ରୁତ ଗତିରେ କାର ଚାଳନା କରିବା ଯୋଗୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ରବିବାର ସକାଳ ପ୍ରାୟ ୯ଟାରେ କଲକାତାର ଠାକୁରପୁକୁର ବଜାରରେ ଏହି ଦୁର୍ଘଟଣା ଘଟିଛି। ଅଭିଯୁକ୍ତ ଟିଭି ଓ ଚଳଚ୍ଚିତ୍ର ନିର୍ଦେଶକ ଜଣକ ହେଉଛନ୍ତି ୩୫ ବର୍ଷୀୟ ସିଦ୍ଧାନ୍ତ ଦାସ।

ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ, ଗାଡ଼ିଟି ଦ୍ରୁତ ଗତିରେ ଆସି ଭିଡ଼ ଭିତରେ ପଶିଯାଇଥିଲା। ଏକାଧିକ ଦୁଇ ଚକିଆ ଯାନକୁ ଧକ୍କା ଦେବା ଫଳରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିଛି। ଅନ୍ୟ ୮ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତ  ସିଦ୍ଧାନ୍ତଙ୍କୁ ନିସ୍ତୁକ ମାଡ଼ ମାରି ଅଟକ ରଖିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କୁ ଧରିବା ସହିତ ତାଙ୍କ ଗାଡ଼ିରୁ ୪/୫ ବୋତଲ ମଦ ଜବତ କରିଛି। ଦୁର୍ଘଟଣା ସମୟରେ ସିଦ୍ଧାନ୍ତ ମଦ୍ୟପାନ କରି ନିଶାସକ୍ତ ଥିବା ଜଣାପଡ଼ିଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories