www.samajalive.in
Sunday, December 7, 2025
14.1 C
Bhubaneswar

ବିହାରରେ କଂଗ୍ରେସର ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନ: ‘ଧଳା ଟି-ଶାର୍ଟ’ ପଦଯାତ୍ରାରେ ସାମିଲ ହେଲେ ରାହୁଲ

ସମାଜ ଡିଜିଟାଲ ଡେସ୍କ: ଲୋକସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିହାରରେ ‘ଧଳା ଟି-ଶାର୍ଟ’ ପଦଯାତ୍ରା ଆରମ୍ଭ କରିଛନ୍ତି। ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ ଏଥିରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ବେଗୁସରାଇ ଜିଲାରୁ ଆରମ୍ଭ ହୋଇଥିବା ଏହି ପଦଯାତ୍ରା ସମୟରେ ରାହୁଲ ‘ପଳାୟନ ରୋକୋ, ଚାକିରି ଦିଅ’ ଅଭିଯାନର ସଫଳତା ପାଇଁ ରାଜ୍ୟର ଯୁବବର୍ଗଙ୍କ ସହଯୋଗ ଲୋଡ଼ିଛନ୍ତି। ଏନଏସୟୁଆଇ ନେତା କହ୍ନେୟା କୁମାର ମଧ୍ୟ ରାହୁଲଙ୍କ ସହିତ ପଦଯାତ୍ରାରେ ସାମିଲ ହୋଇଛନ୍ତି। ରାହୁଲ ରାଜ୍ୟ ଯୁବପିଢ଼ିଙ୍କୁ ଧଳା ଟି-ଶାର୍ଟ ପିନ୍ଧି ରାଜ୍ୟ ସରକାରଙ୍କ ଉପରେ ଚାପ ପକାଇବାକୁ ଆହ୍ବାନ କରିଛନ୍ତି।

ଗତ ଜାନୁୟାରୀ ମାସରୁ ବର୍ତ୍ତମାନ ସୁଦ୍ଧା ରାହୁଲ ୩ ଥର ବିହାର ଗସ୍ତରେ ଆସିଛନ୍ତି। ସୋମବାର ଧଳା ଟି-ଶାର୍ଟ ପଦଯାତ୍ରାରେ ସାମିଲ ହେବାକୁ ରାହୁଲ ରାଜ୍ୟର ଯୁବପିଢ଼ିଙ୍କୁ ଆହ୍ବାନ କରିଥିଲେ। ରାହୁଲ କହିଥିଲେ, ଏଠାକାର ଯୁବପିଢ଼ି ବେରୋଜଗାର, ପ୍ରଶ୍ନପତ୍ର ପ୍ରଘଟ ଏବଂ ସରକାରୀ ଚାକିରି ହ୍ରାସ ଆଦି ସମସ୍ୟାରେ ଛନ୍ଦି ହୋଇଛନ୍ତି। ତେଣୁ ସରକାରଙ୍କ ଉପରେ ଚାପ ପକାଇ ନିଜ ଅଧିକାର ହାସଲ କରିବାକୁ ପଦଯାତ୍ରାରେ ସାମିଲ ହେବାକୁ ରାହୁଲ ପରାମର୍ଶ ଦେଇଛନ୍ତି।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories