www.samajalive.in
Monday, December 8, 2025
13.1 C
Bhubaneswar

ଅଜଣା ଗାଡ଼ି ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ

କଲମପୁର : ରବିବାର ଅପରାହ୍ନରେ କଲମପୁର ବ୍ଲକ୍ ଅଧୀନସ୍ଥ କୁଟୃ ଛକ କେନାଲରୁ ମୂମୁର୍ଷୁ ଅବସ୍ଥାରେ ପଡି ରହିଥିବା ଜନୈକ ବାଇକ୍ ଚାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଲା ବେଳକୁ ଯୁବକଙ୍କ ମୃତ୍ୟୁ ହେଇ ସାରିଥିଲା। ଏନେଇ ପୁଲିସକୁ ସୂଚନା ଦିଆଯାଇଥିଲା। ବଡକୁଟୃ ପୁଲିସ ଫାଣ୍ଡି ଅଧିକାରୀ ଶିବ ଶଙ୍କର ମହାନ୍ତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବ ଜବତ କରି ପ୍ରାଥମିକ ତଦନ୍ତ କରିଥିଲେ।

ସୂଚନା ଅନୁସାରେ କୁଟୃ ଛକର ଲିଙ୍ଗରାଜ ନାମକ ଜନୈକ ଯୁବକ ଏକ ବାଇକ୍ ଯୋଗେ କୌଣସି ସ୍ଥାନକୁ ଯାଇ ଫେରୁଥିବା ବେଳେ କୁଟୃ କେନାଲ ଭିତରେ ପଡିଥିଲା। କୌଣସି ଅଜଣା ଗାଡ଼ି ଧକ୍କାରେ ଲିଙ୍ଗରାଜ ଦୁର୍ଘଟଣାର ସମ୍ମୁଖୀନ ହେଇଥିବା ସନ୍ଦେହ କରାଯାଉଛି। ଏନେଇ ଏକ ଦୁର୍ଘଟଣା ଜନିତ ମାମଲା ରୁଜୁ କରାଯାଇଛି। ମୃତ ଦେହ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି। କିନ୍ତୁ ସନ୍ଧ୍ୟା ହେଇଯାଇଥିଲା ଯୋଗୁଁ ଆସନ୍ତା କାଲି ବ୍ୟବଚ୍ଛେଦ କରାଯିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories