www.samajalive.in
Monday, December 8, 2025
14.1 C
Bhubaneswar

ଭାରତୀୟ ବଂଶୋଦ୍ଭବଙ୍କଠାରୁ ଡୋମେନ କିଣିଲା OpenAI

ସମାଜ ଡିଜିଟାଲ ଡେସ୍କ: ବିଶ୍ଵର ସବୁଠୁ ପୁରୁଣା ଡୋମେନ ମଧ୍ୟରୁ ଅନ୍ୟତମ ଚାଟ୍‌ ଡଟ୍‌ କମ୍‌(Chat.Com)କୁ କିଣିଛି ଚାଟ୍‌ଜିପିଟି(ChatGPT) ନିର୍ମାତା OpenAI(ଓପନଏଆଇ)। ଏହି ହାଇପ୍ରୋଫାଇଲ୍‌ ଡୋମେନକୁ OpenAI ହବ୍‌ସ୍ପଟ(HubSpot)ର ସହପ୍ରତିଷ୍ଠାତା ଧର୍ମେଶ ଶାହଙ୍କଠାରୁ କିଣିଛି। ଏଥିପାଇଁ OpenAI ପକ୍ଷରୁ ୧୫ ନିୟୁତ ଆମେରିକୀୟ ଡଲାର (୧୨୬ କୋଟି ଟଙ୍କା) ଧର୍ମେଶଙ୍କୁ ପ୍ରଦାନ କରାଯାଇଛି।

Chat.Com ଦୁନିଆର ସବୁଠୁ ପୁରୁଣା ଡୋମେନଗୁଡ଼ିକ ମଧ୍ୟରୁ ଗୋଟିଏ। ୧୯୯୬ ସେପ୍ଟେମ୍ବର ମାସରେ ଏହାକୁ ପଞ୍ଜୀକୃତ ହୋଇଥିଲା। ଗତବର୍ଷ ଧର୍ମେଶ ଏହାକୁ ୧୫.୫ ନିୟୁତ ଆମେରିକୀୟ ଡଲାର ଅର୍ଥରାଶିରେ କିଣିଥିଲେ, ଯାହା ଭାରତୀୟ ମୁଦ୍ରା ହିସାବରେ ପ୍ରାୟ ୧୩୦ କୋଟି ଟଙ୍କା। ତେବେ ଚଳିତବର୍ଷ ମାର୍ଚ୍ଚ ମାସରେ ସେ ଏହାକୁ ବିକ୍ରି କରିଦେଇଥିଲେ। କିନ୍ତୁ କିଏ ଏହାକୁ କିଣିଥିଲେ ତାହା ସ୍ପଷ୍ଟ କରି ନ ଥିଲେ। ଏବେ ସେ ସାମାଜିକ ଗଣମାଧ୍ୟମ ଏକ୍ସ ଜରିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। OpenAI ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସାମ୍‌ ଅଲ୍‌ଟମାନ ଏ ନେଇ ମଧ୍ୟ ଏକ ପୋ​ଷ୍ଟ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories